କଣ୍ଟାବାଞ୍ଜି: ତୁରେକେଲା ଥାନା ଅନ୍ତର୍ଗତ ମହନୀଲ ଗ୍ରାମ, ତୁରେକେଲା ରେଲୱେ ଷ୍ଟେସନ ଅଞ୍ଚଳ ବେଲବାଞ୍ଜି ଜଙ୍ଗଲରେ ମଣିଷ ନରକଙ୍କାଳ ପଡ଼ିଥିବା ଖବର ପାଇ ତୁରେକେଲା ପୁଲିସ ଘଟଣାସ୍ଥଳରେ ପହଂଚି କଙ୍କାଳ ଜବତ କରିଥିଲା। ପରେ ଖବର ପାଇ କଣ୍ଟାବାଞ୍ଜି ପୁଲିସ ଏସ. ଡି. ପି. ଓ. ଲକ୍ଷ୍ମୀନାରାୟଣ ମାରାଣ୍ଡି ଏବଂ ସାଇଣ୍ଟିଫିକ ଟିମ ବଲାଙ୍ଗୀରରୁ ଆସି ତଦନ୍ତ ଆରମ୍ଭ କରିଥିଲେ। ପ୍ରାପ୍ତ ସୂଚନା ମତେ, ତୁରେକେଲା ରେଲୱେ ଷ୍ଟେସନ ପାଖ ଜଙ୍ଗଲ ମହନିଲ ଗାଁକୁ ଲାଗିଛି। ଗାଁର ଲୋଚନ ଗଡତିଆ ଛେଳି ଚରାଇବା ପାଇ ଜଙ୍ଗଲକୁ ଯାଇ ମଣିଷ ଖପୁରି ମେରୁଦଣ୍ଡ ହାଡ଼ ସହ ପାଖରେ କପଡା ପଡ଼ିଥିବା ଦେଖିବାକୁ ପାଇଥିଲା। ପରେ ଗ୍ରାମବାସୀ ତୁରେକେଲା ଥାନାକୁ ଜଣାଇବା ପରେ, ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ପୁଲିସ ଦଳ ସହ ଘଟଣାସ୍ଥଳରେ ପହଂଚି ପଡ଼ିଥିବା ନର କଙ୍କାଳ ଦେଖିବା ପରେ ବଲାଙ୍ଗୀର ସାଇଣ୍ଟିଫିକ ଟିମ ଡକାଇବା ସହ ଏସ୍ଡ଼ିପିଓଙ୍କୁ ଖବର ଦେଇଥିଲେ।ଉଭୟ ଘଟଣାସ୍ଥଳରେ ତଦନ୍ତ କରିବାପରେ, କଙ୍କାଳ ଜବତ କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ଯାଞ୍ଚ ପାଇ ପଠାଇଛନ୍ତି।
Popular Categories



