ରେଙ୍ଗାଲିକ୍ୟାମ୍ପ: ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମହିଳାମାନଙ୍କୁ ମାଗଣା ରନ୍ଧନ ଗ୍ୟାସ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା କରିଥିଲେ। ଏହା ଫଳରେ କୌଣସି ଘରେ ଆଉ କାଠ ଚୁଲି ଜଳିବ ନାହିଁ ବୋଲି କେନ୍ଦ୍ର ସରକାର ପ୍ରଚାର କରିଥିଲେ। କିନ୍ତୁ ଗ୍ରାମାଞ୍ଚଳ ତ ଦୂରର କଥା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଏହି ଯୋଜନା ବିଫଳ ହୋଇଥିବା ଜଣାଯାଇଛି। ଅତାବିରା ଏନଏସିର ପ୍ରାୟ ୯୦ ପ୍ରତିଶତ ଉଜ୍ବଳା ଯୋଜନାର ହିତାଧିକାରୀ ଗ୍ୟାସ ରିଫିଲିଂ କରୁ ନଥିବା ଜଣାପଡ଼ିଛି।
ଏହି ଯୋଜନାରେ ପ୍ରଥମେ ଉତ୍ସାହିତ ହୋଇ ଚୁଲିର ଧୁଆଁରୁ ମୁକ୍ତି ମିଳିବ ବୋଲି ଯେଉଁ ଗରିବ ମହିଳାମାନେ ସାମିଲ ହୋଇଥିଲେ ସେମାନେ ଏବେ ଗ୍ୟାସର ଚଢ଼ା ଦର ଯୋଗୁଁ ଗ୍ୟାସ ରିଫିଲିଂ କରିପାରୁ ନାହାନ୍ତି। ଅତାବିରା ଏନଏସିରେ ୪୯୫୩ ଉଜ୍ବଳା ହିତାଧିକାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ ଗ୍ୟାସି ରିଫିଲିଂ କରୁଥିବା ଜଣାଯାଇଛି। ୯୦ ପ୍ରତିଶତ ହିତାଧିକାରୀ ଗ୍ୟାସ ରିଫିଲିଂ କରୁ ନାହାନ୍ତି।



