www.samajalive.in
Saturday, December 13, 2025
21.1 C
Bhubaneswar

ଆଜିଠୁ ମହଙ୍ଗା ହେବ ଜାତୀୟ ରାଜପଥ ଯାତ୍ରା

ନୂଆଦିଲ୍ଲୀ: ଏକ୍ସପ୍ରେସ୍ ୱେ ଏବଂ ଜାତୀୟ ରାଜମାର୍ଗ (ଏନଏଚ୍)ରେ ଶୁକ୍ରବାର ମଧ୍ୟରାତ୍ର ପରେ ଯାତାୟାତ ମହଙ୍ଗା ହେବ। (ଏନଏଚଏଆଇ) ୧ ଏପ୍ରିଲରୁ ଟୋଲ୍‌ ଟିକସ ବୃଦ୍ଧି କରିଛନ୍ତି। ଏବେ ବିଭିନ୍ନ ଶ୍ରେଣୀର ବାହନଙ୍କୁ ପୂର୍ବାପେକ୍ଷା ୫ରୁ ୧୫ ପ୍ରତିଶତ ଅଧିକ ଶୁଳ୍କ ଦେବାକୁ ପଡିବ। ସେହିପରି କମ ଦୂରତା ଲାଗି ୧୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ। ଏନ୍‌ଏଚ୍ ଓ ଏକ୍ସପ୍ରେସ୍‌ ୱେରେ ଟୋଲ୍‌ ଶୁଳ୍କ ବୃଦ୍ଧି ନେଇ ପୂର୍ବରୁ ଅଧିସୂଚନା ଜାରି ହୋଇଥିଲା। ଏହି ଅଧିସୂଚନା ଅନୁସାରେ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେରେ ଚାରିଚକିଆ ଯାନ ଲାଗି ଟୋଲ ଟିକସରେ ୫ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ସେହିପରି ମୁମ୍ବଇ ଏକ୍ସପ୍ରେସ୍ ୱେ ରେ ଶୁଳ୍କ ୫ ପ୍ରତିଶତ ପର୍ଯ୍ୟନ୍ତ ବଢିଛି। ମୁମ୍ବଇ-ପୁଣେ ଏକ୍ସପ୍ରେସ୍ ୱେରେ ମଧ୍ୟ ଟୋଲ ଟ୍ୟାକ୍ସ ବଢିଯିବ। କାର, ଜିପ୍ ଭଳି ଚାରିଚକିଆ ଯାନ ପାଇଁ ଏବେ ଅସୁଲ ହେଉଥିବା ୨୭୦ ଟଙ୍କାର ଟୋଲ୍‌ ଟିକସ ୩୨୦ ଟଙ୍କା ହୋଇଯିବ। ସେହିପରି ମିନିବସ୍ ଓ ଟେମ୍ପୋ ଭଳି ବାହନ ଏ ପର୍ଯ୍ୟନ୍ତ ଦେଉଥିବା ୪୨୦ ଟଙ୍କା ଶୁଳ୍କ ୪୯୫ଟଙ୍କା ହୋଇଯିବ। ଏହି ନୂଆ ଟୋଲ ଟ୍ୟାକ୍ସ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେ ସମେତ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ୱେ, ଦିଲ୍ଲୀ-ମିରଟ ଏକ୍ସପ୍ରେସ୍ ୱେ, ଦିଲ୍ଲୀ-ହାପୁଡ ଏକ୍ସପ୍ରେସ୍ ୱେ, ଦିଲ୍ଲୀ-ମୁମ୍ବଇ ଏକ୍ସପ୍ରେସ୍ ୱେ, ବାରାଣସୀ-ଗୋରଖପୁର ହାଇୱେ, ଉନ୍ନାଓ-ଲକ୍ଷ୍ନୌ ଜାତୀୟ ରାଜପଥ ସମେତ ଦେଶର ସମସ୍ତ ଜାତୀୟ ରାଜମାର୍ଗରେ ଟୋଲ୍‌ ଟିକସ ମହଙ୍ଗା ହେବ। ଦେଶର ବିଭିନ୍ନ ଜାତୀୟ ରାଜମାର୍ଗରେ ବାହନ ଚାଳକଙ୍କୁ ପୃଥକ ପୃଥକ ଟୋଲ୍‌ ଶୁଳ୍କ ଦେବାକୁ ପଡିବ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories