www.samajalive.in
Saturday, December 13, 2025
21.1 C
Bhubaneswar

୧୮ଟି ଫାର୍ମା କମ୍ପାନୀର ପଞ୍ଜୀକରଣ ବାତିଲ

ନୂଆଦିଲ୍ଲୀ: ନିମ୍ନମାନର ଔଷଧ ପ୍ରସ୍ତୁତ କରୁଥିବାରୁ ୧୮ଟି ଫାର୍ମା କମ୍ପାନୀର ପଞ୍ଜୀକରଣ ବାତିଲ କରାଯାଇଛି। ଏଥିସହିତ ଏହି କମ୍ପାନୀମାନଙ୍କୁ ଔଷଧ ଉତ୍ପାଦନ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ୨୬ଟି ଫାର୍ମା କମ୍ପାନୀ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। ଡିସିଜିଆଇ ତରଫରୁ ୭୬ଟି ଫାର୍ମାସ୍ୟୁଟିକାଲ କମ୍ପାନୀ ବିରୋଧରେ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ପ୍ରକ୍ରିୟାରେ ୨୦ଟି ରାଜ୍ୟରେ କେନ୍ଦ୍ରୀୟ ଓ ରାଜ୍ୟ ଟିମ୍‌ ସାମିଲ ହୋଇଥିଲେ। ତେବେ ଫାର୍ମା କମ୍ପାନୀମାନେ ଖରାପ ଗୁଣବତ୍ତା ତଥା ନିମ୍ନମାନର ଡ୍ରଗ୍ ପ୍ରସ୍ତୁତ କରୁଥିବା ଯାଞ୍ଚରୁ ଜଣାପଡ଼ିଥିଲା। ନକଲି ଔଷଧ ନିର୍ମାଣ କରୁଥିବା କମ୍ପାନୀଙ୍କ ବିରୋଧରେ ଗତ କିଛିଦିନ ଧରି ଅଭିଯାନ ଚାଲିଥିଲା। ସତ ସାମ୍ନାକୁ ଆସିବା ପରେ ଏବେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ୨୦ ଦିନ ଧରି ଦେଶର ଅଲଗା ଅଲଗା ରାଜ୍ୟରେ ଡିସିଜିଆଇର ୨୦ରୁ ୨୫ଟି ଟିମ୍ ଫାର୍ମା କମ୍ପାନୀଗୁଡ଼ିକ ଉପରେ ନିରୀକ୍ଷଣ କରୁଥିଲେ। ପଞ୍ଜୀକରଣ ରଦ୍ଦ ହୋଇଥିବା କମ୍ପାନୀଗୁଡ଼ିକ ମଧ୍ୟରେ ହିମାଚଳ ପ୍ରଦେଶର ୭୦ଟି, ମଧ୍ୟପ୍ରଦେଶର ୨୩ଟି ଓ ଉତ୍ତରାଖଣ୍ଡର ୪୫ଟି ରହିଥିବା ଜଣାପଡ଼ିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories