www.samajalive.in
Monday, December 15, 2025
24.1 C
Bhubaneswar

କଲରା ପତିରିଆ ବାଘ ଚମଡା ସହ ୬୪ କେଜି ଗଞ୍ଜେଇ ଜବତ, ୨ଜଣ ଗିରଫ

ଗୁଣୁପୁର: ପଦ୍ମପୁର ପୁଲିସକୁ ମିଳିଛି ବଡ ସଫଳତା। ପୁଲିସ ପକ୍ଷରୁ ଗୋଟିଏ କଲରା ପତିରିଆ ବାଘର ଚମଡା ସହ ୬୪ କେଜି ୩ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ୨ଜଣଙ୍କୁ ପଦ୍ମପୁର ପୁଲିସ ଗିରଫ ପରେ କୋର୍ଟ ଚାଲଣ କରିଛି। ଗିରଫ ଅଭିଯୁକ୍ତ ୨ଜଣ ହେଲେ ସଉଲା ମାଝି ଏବଂ ନଉସାନ ମଲ୍ଲିକ। ଉଭୟଙ୍କ ଘର ଗଜପତି ଜିଲାର ଅଡବା ଥାନାରେ ବୋଲି ଜଣାପଡିଛି।

ସୂଚନା ଅନୁସାରେ ବିଶେଷ ସୁତ୍ରର ଖବର ପାଇ ପଦ୍ମପୁର ଥାନା ଅଧିକାରୀ, କେନ୍ଦୁଗୁଡା ଫାଣ୍ଡି ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ ୩୨୬ନମ୍ବର ଜାତୀୟ ରାଜପଥର ନାରାୟଣପୁର ଛକ ନିକଟରେ ପହଞ୍ଚି ଚଢ଼ାଉ କରିଥିଲେ। ଏହି ସମୟରେ ଜରି ଅଖାରେ ୬୪କେଜି୩ଶହ ଗ୍ରାମ ଗଞ୍ଜେଇ ସହ ଅନ୍ୟ ଏକ ଜରିରୁ କଲରାପତରିଆ ବାଘ ଚମଡା ଦେଖି ସଙ୍ଗେ ସଙ୍ଗେ ଥାନାକୁ ଆଣି ଅଧିକ ପଚରାଉଚୁରା କରିଥିଲେ। ପଦ୍ମପୁର ଥାନାରେ କେସ ନମ୍ବର ୫୫/୨୩ରେ ମାମଲା ରୁଜୁ ହୋଇଛିଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories