www.samajalive.in
Tuesday, December 9, 2025
26.1 C
Bhubaneswar

ରିଜର୍ଭ ବ୍ୟାଙ୍କ ଏପ୍ରିଲରେ ସ୍ଥିର ରଖିପାରେ ସୁଧହାର 

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି ସମିତି ବୈଠକ ହେବାକୁ ଯାଉଥିବାବେଳେ ସେଥିରେ ପ୍ରଚଳିତ ସୁଧହାର ଅପରିବର୍ତ୍ତିତ ରଖାଯିବା ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଇତିମଧ୍ୟରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ତାହା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଧାର୍ଯ୍ୟ ସ୍ତର ୬ ପ୍ରତିଶତ ଉପରେ ରହିଛି। ଇତିମଧ୍ୟରେ ଖାଉଟି ମୂଲ୍ୟସୂଚୀ ୬.୪୪ ପ୍ରତିଶତ ହେବା ଆକଳନ କରାଯାଇଛି। ଚଳିତ ବର୍ଷ ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୬.୫୨ ପ୍ରତିଶତ ରହିଥିଲା।

ବିଭିନ୍ନ ବିଷୟକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଆଗାମୀ ସମୀକ୍ଷା ବୈଠକରେ ସୁଧହାର ଅପରିବର୍ତ୍ତିତ ରଖିବା ଆଶା କରାଯାଉଛି। ତାହାସହିତ ରେପୋ ରେଟ୍‌‌ ୬.୫ ପ୍ରତିଶତକୁ ବର୍ତ୍ତମାନ ପାଇଁ ସ୍ଥିର ରଖାଯିବ ବୋଲି ଏସ୍‌‌ବିଆଇ ରିସର୍ଚ୍ଚ ପକ୍ଷରୁ ତାହାର ସଦ୍ୟତମ ଇକୋରାପ୍‌‌ ରିପୋର୍ଟରେ କୁହାଯାଇଛି। ସୂଚନାଯୋଗ୍ୟ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ସୁଧ ହାରରେ ବ୍ୟବସାୟିକ ବ୍ୟାଙ୍କଗୁଡିକୁ ପାଣ୍ଠି ଯୋଗାଏ ତାହା ରେପୋ ରେଟ୍‌‌। ଗତ ଫେବୃଆରୀରେ ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ସମିତି ବୈଠକରେ ରେପୋ ରେଟ୍‌‌ ୨୫ ବେସିସ୍‌‌ ପଏଣ୍ଟ ବୃଦ୍ଧି କରାଯାଇ ତାହାକୁ ୬.୫ ପ୍ରତିଶତ କରାଯାଇଥିଲା। ଦେଶରେ ବର୍ଦ୍ଧିତ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ରିଜର୍ଭ ବ୍ୟାଙ୍କ ସୁଧହାର ବା ରେପୋ ରେଟ୍‌‌ ବୃଦ୍ଧି କରିଥାଏ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories