ଚୌଦ୍ୱାର: ନଖରା ପଞ୍ଚାୟତ ଅଲାରପୁରସ୍ଥିତ ଆଦିଶକ୍ତି ଯୁବ ପରିଷଦର ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇ ଯାଇଛି।ସମ୍ପାଦକ ନାରାୟଣ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଇଂ ପ୍ରଦୀପ ବେହେରା, ହିମାଂଶୁ ମହାନ୍ତି, ସସ୍ମିତା ଦାସ,ବ୍ଲକ ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ, ଅଭୟ ଦାସ, ଅଶୋକ କୁମାର ମହାନ୍ତି, ଆନନ୍ଦ ପୋଦ୍ଦାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସଂଗଠନର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ସମାଜରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିକ୍ତି ବିଶେଷଙ୍କୁ ଅନୁଷ୍ଠାନ ତରଫରୁ ସମ୍ବଦ୍ଧିତ କରାଯାଇଥିଲା।ଅଭିଳାସ ଚନ୍ଦ୍ର ସାହୁ, ସୁନାକର ଖୁଣ୍ଟିଆ, ମହେନ୍ଦ୍ର ନାୟକ, ବିଭୁତି ଭୂଷଣ ସାହୁଙ୍କ ସମେତ ଯୁବ ପରିଷଦର ସଦସ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଡ. ପ୍ରଣବାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



