www.samajalive.in
Monday, December 15, 2025
16.1 C
Bhubaneswar

କଳାକାର ଭତ୍ତା ଅପେକ୍ଷାରେ ବର୍ଷିଆନ୍‌‌ କଳାକାର ଗୌରା ସାହୁ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‌‌ ର୍ଜଙ୍ଗଲା ଗ୍‌‌ରାମ ପଞ୍ଚାୟତର ଲାରିପାଲି ଗ୍ରାମର ଗୌରା ସାହୁ ଜଣେ ବର୍ଷିଆନ୍‌‌ କଳାକାର। ଏବେ ତାଙ୍କ ବୟସ ୮୦ ତଥାପି ତାଙ୍କର ହାତ ପାଦ ଧକି ନାହିଁ। ତବଳା, ନାଲ୍‌‌, କିର୍ତ୍ତନ୍ୟ ମୃଦଙ୍ଗ, ହାରମୋନିଅମ୍‌‌ ଆଦି ବାଦ୍ୟଯନ୍ତ୍ର ବଜାଇବାର ଦକ୍ଷତା ଥିବା ଏହି ବର୍ଷିଆନ୍‌‌ କଳାକାର ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଙ୍କର ଦକ୍ଷତା ପ୍ରଦର୍ଶନ କରିଥିବା ବେଳେ ରାଜ୍ୟ ବାହାରେ ଦକ୍ଷିଣ ଭାରତ ଏବଂ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଭାଗବତ ମେଳାରେ ଚମତ୍କାର ତବଳା ବାଦ୍ୟ ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି। ତେବେ ବିଡମ୍ବନାରେ ବିଷୟ ଯେ ସଙ୍ଗୀତ କଳାକୁ ନିଜର ଜୀବନ ଠାରୁ ବେଶୀ ଭଲ ପାଉଥିବା ଏହି ବର୍ଷିଆନ୍‌‌ କଳାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ କଳାକାର ଭତ୍ତା ସାତ ସପନ ହୋଇଛି।

ଗୌରା ସାହୁଙ୍କ କହିବା ଅନୁଯାୟୀ ୫ବର୍ଷ ହେଲା ସେ କଳାକାର ଭତ୍ତା ପାଇଁ ଆବେଦନ କରଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳିନାହିଁ। ରେଙ୍ଗାଲି ବ୍ଳକ୍‌‌ ସଦର ମହକୁମା ରୁ ଲାରିପାଲି ଗ୍ରାମ ଦୂରତା ମାତ୍ର ୪ ରୁ ୫କିଲୋମିଟର। ସଦର ମହକୁମାରୁ ଏତେ କମ୍‌‌ ଦୂରତା ରେ ରହୁଥିବା ଗୌରା ସାହୁ ଙ୍କ ଭଲି ଜଣେ ବର୍ଷଆନ୍‌‌ କଳାକାରଙ୍କ ଉପରେ ତୃଣମୂଳ ସ୍ତରରେ କାମ କରୁଥିବା ସରକାରୀ ବାବୁ ମାନଙ୍କର ଦୃଷ୍ଟି ପଡୁନାହିଁ। ଏହା ପରିତାପର ବିଷୟ ଅଟେ। ବିଲୁପ୍ତ କଳା ସଂସ୍କୃତିର ପୁନଃରୁଦ୍ଧାର ଏବଂ ସମର୍ପିତ କଳାକାର ମାନଙ୍କୁ ଠାବ କରି ସମ୍ବର୍ଦ୍ଧିଦ କରିବା ପେନ୍‌‌ସନ୍‌‌ (ଭତ୍ତା) ଯୋଜନାରେ ସାମିଲ କରିବା ପାଇଁ ସରକାର ବିଧିବଦ୍ଧ ଭାବରେ ଯୋଜନା ପ୍ରସ୍ତୁତ କରି ପଞ୍ଚାୟତ ସ୍ତରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୫ବର୍ଷ ହେଲା କଳାକାର ଭତ୍ତା ପାଇଁ ଆବେଦନ କରିଥିଲେ ହେଁ ମୋତେ ଭତ୍ତା ମିଳୁ ନାହିଁ ବୋଲି ଗୌରା ସାହୁ କ୍ଷୋଭ ପ୍ରକାଶ କରିଛନ୍ତି।

- Advertisement -

ଏକ ଭଜନ କାର୍ଯ୍ୟକ୍ରମ ରୁ ସାଥୀ କଳାକାର ମାନଙ୍କ ସହିତ ଗୌରା ସାହୁ ଘରକୁ ଫେରୁଥିବା ସମୟ ରେ ସମାଜ ସାମ୍ବାଦିକ ତାଙ୍କୁ ସାକ୍ଷାତ ଆଲୋଚନା ସମୟ ରେ ତାଙ୍କ କଳା ସଙ୍ଗୀତ ଜୀବନ ଯାତ୍ରା ର ସଂକ୍ଷିପ୍ତ ବର୍ଣନା କରିଥିଲେ। ମାତ୍ର ୧୨ ବର୍ଷ ବୟସ ରୁ ସେ ବାଦ୍ୟ ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇ ମୃଦଙ୍ଗ, ତବଲା, ହାର୍‌‌ମୋନିଅମ୍‌‌, ନାଲ୍‌‌ ଆଦି ବାଦ୍ୟ ବଜାଇ ଆସୁଛନ୍ତି। ଅଭିଭକ୍ତ ସମ୍ବଲପୁର ଜିଲ୍ଲା ଏବଂ ଅନ୍ୟ ଜିଲ୍ଲାର ଅନେକ ଗ୍ରାମରେ ଭାଗବତ ମେଳା, କିର୍ତ୍ତନ, ଭଜନ ଆଦି କାର୍ଯ୍ୟକ୍ରମରେ ତାଙ୍କର କଳା ନୈପୁଣ୍ୟତା ପ୍ରଦର୍ଶନ କରିଥିବା ବିଷୟରେ ସେ କହିଥିଲେ। ରାମେଶ୍ୱରମ୍‌‌ ଓ ନୈମିଶାରଣ୍ୟରେ ଭାଗବତ ମେଳାରେ ତବଲା ବାଦ୍ୟ ପରିବେଷଣ କରିବା ଏବଂ ଦିଲ୍ଲୀରୁ ୧୬୦ମ କିଲୋମିର ଦୂରରେ ଥିବା ଶୁକ୍ରତାଲରେ ଅନୁଷ୍ଠିତ ଭାଗବତ କାର୍ଯ୍ୟକ୍ରମରେ ସାଥୀ କଳାକାରଙ୍କ ସହିତ ଯୋଗ ଦେଇ ତବଲା ବାଦ୍ୟ ପରିବେଷଣ କରିବା ମୋ ଜୀବନର ସବୁଠାରେ ଶ୍ରେଷ୍ଠ ଏବଂ ଅବିସ୍ମରଣୀୟ ଅନୁଭୂତି ବୋଲି କହନ୍ତି ଗୌରା ସାହୁ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories