ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ କତରବଗା ଗ୍ରାମ ପଞ୍ଚାୟତ ର ବାଗମୁଣ୍ଡା ପଡ଼ାରେ ଖାଅଉଟି ସାମଗ୍ରୀ ବଣ୍ଟନ ଉପକେନ୍ଦ୍ର ଉଦଘାଟିତ ହୋଇଯାଇଛି। ରେଙ୍ଗାଲି ବିଡିଓ କୃଷ୍ନଚନ୍ଦ୍ର ଦଳପତି ମୁଖ୍ୟ ଅତିଥି ଏବଂ ଜିଲ୍ଲା ପରିଷଦ ସଭ୍ୟ ଦେନାରାୟଣ ତିଓାରୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଖାଅଉଟି ଉପ-କେନ୍ଦ୍ରକୁ ଉଦଘାଟନ କରିଛନ୍ତି। ସରପଞ୍ଚ ନିଳାମ୍ବର ରୋହିଦାସ, ଯୁବନେତା ଗୋବର୍ଦ୍ଧନା ସାହୁ, ଡୋଳାମଣି ଖମାରୀଙ୍କ ଉଦ୍ୟମରେ ଖାଉଟି ଉପକେନ୍ଦ୍ର ଖୋଲା ଯାଇଥିବାରୁ ଅଞ୍ଚଳବାସୀ ଏହାକୁ ଉଚ୍ଚ ପ୍ରଶାଂସା କରିଛନ୍ତି।
Popular Categories



