www.samajalive.in
Monday, December 15, 2025
16.1 C
Bhubaneswar

ପୌରପାଳିକାରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକାରେ ଏକ ସମୀକ୍ଷା ବୈଠକ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ପୌରୋହିତ୍ୟରେ ପୌର ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି।ଏହି ବୈଠକରେ ବିଧାୟକ ସୌଭିକ୍‌‌ ବିଶ୍ୱାଳ ଯୋଗଦେଇ ନୂତନ ପୌର ପରିଷଦ ଗଠନ ହେବାର ଏକବର୍ଷ ପୁରଣ ସମୟ ଭିତରେ ପୌରାଞ୍ଚଳରେ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ନୂତନ ପରିଷଦ ଗଠନର ଏକବର୍ଷ ଭିତରେ ଚୌଦ୍ୱାରରେ ଉନ୍ନୟନ କାର୍ଯ୍ୟ ଆଶାନୁରୂପ ହୋଇ ପାରି ନଥିବା ବହୁ କାଉନ୍‌‌ସିଲର ଅଭିଯୋଗ କରି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ପୌରପାଳିକାର ବିଭାଗୀୟ ଅଧିକାରୀମାନେ ନିଜନିଜ ବିଭାଗର ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିବରଣୀ ପ୍ରଦାନ କର ଆଗାମୀ ୩ମାସ ମଧ୍ୟରେ ନିର୍ମାଣାଧୀନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଶେଷ କରିବାପାଇଁ ପଦକ୍ଷେପ ନିଆ ଯାଉଥିବା ସୂଚନା ଦେଇଥିଲେ।ପୌରପାଳିକାର ଆୟବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ବିଶ୍ୱାଳ କର ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଚୌଦ୍ୱାର ସହରାଞ୍ଚଳରେ ଥିବା ସମସ୍ତ ପୋଖରୀ ଏବଂ ଜଳାଶୟ ଗୁଡ଼ିକର ପୁନରୁଦ୍ଧାର ସହିତ ଏହାର ସୌନ୍ଦର୍ଯ୍ୟକରଣ ଚଳିତ ବର୍ଷ ମଧ୍ୟରେ କରାଯିବା ବୈଠକରେ ସ୍ଥିର କରାଯିବା ସହିତ ଏବାବଦରେ ଏକ ବ୍ୟୟ ଅଟକଳ ଶିଘ୍ର ପ୍ରସ୍ତୁତ କରିବା ପାଇଁ ମୁଖ୍ୟଯନ୍ତ୍ରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସାଂସଦ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ବିଧାୟକ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା, ପୌର ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ପୌରଯନ୍ତ୍ରୀ ଶୁଭଶ୍ରୀ ବେହେରା, ଜେଇ ସଂଜୟ ସାମଲ, ସମସ୍ତ କାଉନସିଲର ଏବଂ ସମସ୍ତ ପୌର କର୍ମଚାରୀ ଏହି ବୈଠକରେ ଯୋଗ ଦେଇଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories