ବ୍ଲକ ସ୍ତରୀୟ ଶିକ୍ଷଣ ଉପକରଣ ପ୍ରଦର୍ଶନୀ

ରେଙ୍ଗାଲକ୍ୟାମ୍ପ: ମଙ୍ଗଳବାର ଦିନ ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ପ୍ରତି କ୍ଲଷ୍ଟରରୁ ତିନି ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ସାତ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ହୋଇଥିବା କର୍ମଶାଳା ରେ ଅତିରିକ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଏବଂ ତପନ କୁମାର ଦାସ ଉଦଘାଟନୀ ସମାରୋହରେ ଯୋଗଦେଇଥିଲେ ଏବଂ ଶିକ୍ଷଣ ସାମଗ୍ରୀ ଖେଳଣା ତିଆରି କାର୍ମଶାଳା ଓ ପ୍ରଦର୍ଶନୀର ମହତ୍ୱ ଉପରେ ଆଲୋଚନା କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ଆକର୍ଷଣୀୟ, ବିଷୟ ଭିତ୍ତିକ ଓ ପିଲାମାନଙ୍କ ବ୍ୟବହାର ଉପଯୋଗୀ ଶିକ୍ଷଣ ସାମଗ୍ରୀ ଖେଳଣା ତିଆରି ହେବା ସହ ପ୍ରଦର୍ଶିତ ହୋଇଥିଲା।

prayash

ମୌଳିକ ଭାଷା ସାକ୍ଷରତା ଓ ସଂଖ୍ୟା ଜ୍ଞାନରେ ଥିବା ଦକ୍ଷତା ଏହି ଶିକ୍ଷଣ ସାମଗ୍ରୀ ବ୍ୟବହାର କରି କିପରି ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ସେଥିପାଇଁ ପ୍ରଚେଷ୍ଟା କରିବାକୁ ପରାମର୍ଶ ଦିଆଯାଇଥିଲା। ଏଥିରେ ସି. ଆର୍. ସି.ସି. ଋଷୁଭ ପଣ୍ଡା ,ନନ୍ଦିଘୋଷ ଭୁଏ, ରଞ୍ଜନ ବାଗ, ଧରମ ନାଏକ, ରଶ୍ମିରାଣୀ ନନ୍ଦ, କେଶବ ଛନ୍ଦ, ତ୍ରିଲୋଚନ ସେଠ, ରାଜୀବ ବିଶ୍ବାଳ, କୃତାର୍ଥ ଚନ୍ଦ୍ର ଭୁଏ, ନୃପ ଭୋଇ, ସୀତାପତି ପ୍ରଧାନ, କିଚକ ସୁନା, ଜୟଦେବ ନାଏକ , ଭକ୍ତ କଂହେଇ ଓ ବିଆରଟି ବଳରାମ ନାଗ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସିଆରସିସି ନନ୍ଦିଘୋଷ ଭୁଏ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥଲେ।

kalyan agarbati

Comments are closed.