www.samajalive.in
Monday, December 15, 2025
15.1 C
Bhubaneswar

ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ, ନିଲମ୍ବିତ ହେଲେ ୩ ବିଜେପି ନେତା

କେନ୍ଦୁଝରଗଡ଼: ଦଳ ବିରୋଧୀ ଆଚରଣ ଓ ଦଳୀୟ ନେତୃବୃନ୍ଦଙ୍କ ବିରୋଧରେ ଅପପ୍ରଚାର ପାଇଁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କେନ୍ଦୁଝର ଜିଲା ଚମ୍ପୁଆ ବିଧାନସଭାକ୍ଷେତ୍ରର ୩ଜଣ ଦଳୀୟ ନେତାଙ୍କୁ ସୋମବାର ଚିଠି ନଂ ଏଲଡି୪୪/୨୩ ଯୋଗେ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ ଆଦେଶ କରିଛନ୍ତି। ଏଥିସହ ନିଲମ୍ବନ ଆଦେଶ ପାଇବା ୭ଦିନ ମଧ୍ୟରେ ସେମାନଙ୍କ ବିରୋଧରେ ଦଳ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାନଯିବ ସେ ସମ୍ପର୍କରେ ରାଜ୍ୟକୁ ଉତ୍ତର ଦେବାକୁ କୁହାଯାଇଛି। ଦଳରୁ ନିଲମ୍ବନ ହୋଇଥିବା ନେତାମାନେ ହେଲେ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମନ୍ତ ତ୍ରିପାଠୀ, ଚମ୍ପୁଆ ଗ୍ରାମୀଣ ମଣ୍ଡଳ ସାଧାରଣ ସମ୍ପାଦକ ଜର୍ମାନ ମହାନ୍ତ ଓ ବାମେବାରୀ ମଣ୍ଡଳ ସଭାପତି ଗଣେଶ୍ୱର ପାତ୍ର। ନିଲମ୍ବନ ହୋଇଥିବା ଏହି ୩ ନେତା ଚମ୍ପୁଆ ବିଧାନସଭା କ୍ଷେତ୍ରରେ କେତେଜଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନିଜ ସପକ୍ଷରେ ପ୍ରବର୍ତ୍ତାଇବା ସହ ସାମାଜିକ ଗଣମାଧ୍ୟମରେ ଦଳ ତଥା ଦଳୀୟ ନେତୃବୃନ୍ଦଙ୍କ ବିରୋଧରେ ଅପପ୍ରଚାର କରିଆସୁଥିବା ଅଭିଯୋଗ ପ୍ରମାଣିତ ହେବାପରେ ଦଳର ଶୃଙ୍ଖଳା କମିଟି ରିପୋର୍ଟକୁ ଆଧାର କରି ଉପରୋକ୍ତ ୩ ନେତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଥିବା ଆଦେଶପତ୍ରରେ ଉଲ୍ଲେଖ କରାଯାଇଛି। ସେହିଭଳି ଏହି ୩ ନେତା କେତେକ ବିଶୃଙ୍ଖଳିତ କାର୍ଯ୍ୟକର୍ତ୍ତାଙ୍କ ସହାୟତାରେ ଦଳୀୟ କାର୍ଯ୍ୟକର୍ତ୍ତା ଏପରିକି ମହିଳା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଦୁର୍ବବ୍ୟବହାର କରିବା ଭଳି ଦଳୀୟ ଅସାମ୍ବିଧାନିକ କାର୍ଯ୍ୟ ଦ୍ୱାରା ସାଧାରଣରେ ଦଳର ସମ୍ମାନ କ୍ଷୁର୍ଣ୍ଣ ହେଉଥିବାରୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories