www.samajalive.in
Monday, December 15, 2025
15.1 C
Bhubaneswar

ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ଏକାଡେମିକ କାଉନସିଲ ବୈଠକ

କେନ୍ଦୁଝରଗଡ଼: ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ କମ୍ପ୍ୟୁଟର ବିଜ୍ଞାନ ଶ୍ରେଣୀଗୃହରେ ମଙ୍ଗଳବାର ମହାବିଦ୍ୟାଳୟର ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଏକାଡେମିକ କାଉନସିଲ ବୈଠକ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା କାଉନସିଲ ମୁଖ୍ୟ ନରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବିଗତ କାଉନସିଲ ବୈଠକ ପ୍ରସ୍ତାବ ଗୁଡିକ ଦୃଢ଼ୀକରଣ ହେବାପରେ ପରୀକ୍ଷା ନିୟନ୍ତ୍ରକ ବିଗତ ଶିକ୍ଷାବର୍ଷର ପରୀକ୍ଷା ପରିଚାଳନା ସମ୍ପର୍କିିତ ସସ୍ତ ବୈଠକ ଓ ପରୀକ୍ଷାଫଳକୁ କାଉନସିଲ ଅନୁମୋଦନ ଲାଭ କରିଥିଲା। ଏହାପରେ ମହାବିଦ୍ୟାଳୟର କେତେକ ଶୈକ୍ଷିକ ନିଷ୍ପତ୍ତିକୁ ମଧ୍ୟ ବୈଠକରେ ଅନୁମୋଦନ କରାଯାଇଥିଲା। ସେଥିମଧ୍ୟରୁ ୨୦୨୩-୨୪ ଶିକ୍ଷାବର୍ଷରୁ ମହାବିଦ୍ୟାଳୟରେ ଓଡିଆ, ସଂସ୍କୃତ, ଇଂରାଜୀ, ନୃତତ୍ତ୍ୱ, ସମାଜବିଜ୍ଞାନ, ଶିକ୍ଷା, ଦର୍ଶନ, ଇତିହାସ, ଅର୍ଥନୀତି, ଗଣିତ, ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ପ୍ରାଣୀବିଜ୍ଞାନରେ ସ୍ନାତ୍ତକୋତ୍ତର ଶିକ୍ଷାଦାନ ନିମନ୍ତେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶନାମାକୁ ଅନୁମୋଦନ କରାଯାଇଥିଲା। ଏଥିସହ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସେଲ୍‌ଫ ଫାଇନାନ୍ସିଂ ମାଧ୍ୟମରେ ବିସିଏ ଏବଂ ୪ବର୍ଷିଆ ସମନ୍ୱିତ ବିଇଡି ପାଠ୍ୟକ୍ରମ ନିମନ୍ତେ ୨୦୨୩-୨୪ ଶିକ୍ଷାବର୍ଷରୁ ଶିକ୍ଷାଦାନ ଆରମ୍ଭକୁ କାଉନସିଲ ବୈଠକରେ ଅନୁମୋଦନ ଲାଭ କରିଥିବା ଜଣାପଡ଼ିଛି। ବିଶେଷକରି ଜିଲାର ସର୍ବପୁରାତନ ଏହି ଶିକ୍ଷାନୁଷ୍ଠାନରେ ତୁରନ୍ତ ହିନ୍ଦୀ ବିଷୟରେ ସ୍ନାତ୍ତକ ଓ ସ୍ନାତ୍ତକୋତ୍ତର ଏବଂ ଅଣପାରମ୍ପରିକ ବିଷୟରେ ଡିପ୍ଲୋମା ଓ ଡିଗ୍ରୀ ପାଠ୍ୟକ୍ରମ ଖୋଲିବା ସହ ଏକ ଶୀତତାପ ନିୟନ୍ତ୍ରୀତ ସଭା ଗୃହ କିଭଳି କାର୍ଯ୍ୟକ୍ଷମ ହୋଇପାରିବ ସେ ସମ୍ପର୍କରେ କାଉନସିଲ ସଦସ୍ୟ ପ୍ରସ୍ତାବ ଆଗତ କରିଥିଲେ। ସେହିଭଳି ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରତି ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ସମସ୍ତ ବିଷୟର ଟପର ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ ପ୍ରସ୍ତାବ ବୈଠକରେ ଆଲୋଚନା ହୋଇଥିଲା। କାଉନସିଲ ସଦସ୍ୟ ତଥା ଅବସରପ୍ରାପ୍ତ ସିଡିଏମଓ ଡାକ୍ତର ପି.ସି.ଦାସ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.କାର୍ତ୍ତିକ ଚନ୍ଦ୍ର ମିଶ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ବନବିହାରୀ ମିଶ୍ର, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିବିଦ୍ୟାଳୟ ଦ୍ୱିତୀୟ ପରିସର କେନ୍ଦୁଝରର ନିର୍ଦ୍ଦେଶକ ଡ.ବବୃବାହାନ ମହାପାତ୍ର ଓ ପୂର୍ବତନ ନିର୍ଦ୍ଦେଶକ ଡ.ହୀରାଲାଲ ଦାଶ, ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝରର ଅଧ୍ୟକ୍ଷ ଡ.ପ୍ରଭାକର ନାୟକ, ବରିଷ୍ଠ ଆଇନଜୀବୀ ମୋହନ ପରିଡ଼ା, ଆର୍ଡେଣ୍ଟ ଷ୍ଟିଲ ପରିଚାଳନା ନିର୍ଦ୍ଦେଶକ ଡ.ଶୁଭାଶିଷ ଦାଶଙ୍କ ସମେତ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ସମସ୍ତ ବିଭାଗୀୟ ମୁଖ୍ୟ ଏହି ବୈଠକରେ ଯୋଗଦେଇ ନିଜସ୍ୱ ମତବ୍ୟକ୍ତ କରିଥିଲେ। ଶେଷରେ ଓଡିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସୁଧା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories