www.samajalive.in
Sunday, December 14, 2025
14.1 C
Bhubaneswar

ରକ୍ତଦାନ କରି ଜନ୍ମଦିନ ପାଳିଲେ ଶିକ୍ଷକ

କେନ୍ଦୁଝରଗଡ଼: ପାଶ୍ଚାତ୍ୟ ସଭ୍ୟତାକୁ ଆପଣାଇ ଜନ୍ମ ଦିନକୁ ଅଧିକ ଉତ୍ସବ ମୁଖରିତ ଭାବେ ପାଳନ ପାଇଁ ପରିବାର ଓ ଶୁଭେଛୁଙ୍କ ଗହଣରେ କେକ୍‌‌ କାଟି ମିଠା ବାଣ୍ଟିବା ସତେଯେମିତି ଏକ ପ୍ରଥାରେ ପରିଣତ ହୋଇଗଲାଣି। ଏଭଳିସ୍ଥିତିରେ କେନ୍ଦୁଝର ସହର ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବିଜ୍ଞାନଶିକ୍ଷକ ବିଦ୍ୟାଧର ମହାନ୍ତ ଏଭଳି ପାଶ୍ଚାତ୍ୟ ସଭ୍ୟତା ପ୍ରତି ବିମୁଖତା ପ୍ରକଟ କରି ସୋମବାର ନିଜର ୪୬ତମ ଜନ୍ମଦିନକୁ ଅଧିକ ସ୍ମରଣୀୟ କରିବା ପାଇଁ ଥାଲେସେମିଆ ରୋଗରେ ଆକ୍ରାନ୍ତ ୮ବର୍ଷର ଶିଶୁ ବଙ୍ଗାଳୀ ମୁଣ୍ଡାଙ୍କୁ ଜିଲା ରକ୍ତ ଭଣ୍ଡାରରେ ପହଞ୍ଚି ସ୍ୱେଛାକୃତ ରକ୍ତଦାନ କରି ଖୁସି ବ୍ୟକ୍ତ କରିଛନ୍ତି। ଶ୍ରୀ ମହାନ୍ତ ଗତ ୩ବର୍ଷ ଧରି ଜନ୍ମଦିନରେ ରକ୍ତଦାନ କରି ଆସୁଥିବା ବେଳେ ସେ ବର୍ତ୍ତମାନ ସୁଦ୍ଧା ମୋଟ ୨୭ଥର ରକ୍ତଦାନ କରି ସାରିଥିବା ବେଳେ ଜନ୍ମଦିନ ଓ ବିବାହ ବାର୍ଷିକୀ ଭଳି ସ୍ମରଣୀୟ ଦିବସ ମାନଙ୍କରେ କେକ୍‌‌ କାଟି ଓ ମିଠା ବାଣ୍ଟି ଖୁସି ମନାଇବା ପରିବର୍ତ୍ତେ ରକ୍ତଦାନ କରି ଅନ୍ୟର ଜୀବନ ରକ୍ଷାରେ ସହାୟକ ହୋଇପାରିଲେ ବିଶ୍ୱ କଲ୍ୟାଣ ସାଧିତ ହୋଇପାରିବ ବୋଲି ତାଙ୍କ ବାର୍ତ୍ତାରେ ସେ ଏହି ନିବେଦନ କରିଛନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories