www.samajalive.in
Monday, December 15, 2025
27.1 C
Bhubaneswar

ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’ର ଅଡିଓ ଲୋକାର୍ପିତ

ଡେସ୍କ: ଜୀ-ସାର୍ଥକ ବ୍ୟାନରରେ ଆସୁଥିବା ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’ର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ରର ପ୍ରଯୋଜକ କବୀର ଦାସ, ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ, କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର, ନିର୍ଦ୍ଦେଶକ ସଞ୍ଜୟ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ନେହା ନିହାରିକା, ଅଭିନେତା ଅଭିଜିତ ଦାସ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଚଳଚ୍ଚିତ୍ର ‘ସରଗପୁରରୁ ଆସିଛି ପ୍ରିୟା’ ଭିନ୍ନ ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି।

- Advertisement -

ଇନ୍ଦ୍ରଲୋକର ଭୁଲ ପାଇଁ ପୃଥିବୀକୁ ଦଣ୍ଡ ଭୋଗିବାକୁ ଆସିଛି ଅପସରା ମେନକା। କିନ୍ତୁ ପ୍ରଥମରୁ ଆସିବାକୁ ଡରୁଥିବା ମେନକା ପୃଥିବୀ ଛାଡିବାକୁ ନାରାଜ। ପାତାଳ ଲୋକର ଜଣେ ଯୁବକ ପ୍ରେମରେ ମେନକା। ଆଉ ସେପଟେ ଥରହର ଦେବତାଗଣ। ଏମିତି କିଛି ନିଆରା କାହାଣୀକୁ ନେଇ ଇନ୍ଦ୍ରଲୋକ ଓ ପୃଥିବୀଲୋକ ସହ ଯୋଡା ଯାଇଛି ଚଳଚ୍ଚିତ୍ରର କାହାଣୀ। ଆସନ୍ତା ୨୬ ତାରିଖ ସଂଧ୍ୟା ୬.୩୦ରେ ଜୀ ସାର୍ଥକରେ ଆସିବାକୁ ଯାଉଛି ସଞ୍ଜୟ ନାୟକଙ୍କ ରୋମାଞ୍ଚଭରା ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’।

‘ଉଡନ୍ତା ଥାଳିରେ ଆସିଛି ପ୍ରିୟା’ର ସଫଳତା ପରେ ପୁଣି ଜୀ-ସାର୍ଥକ ବ୍ୟାନର ରେ ଆସୁଛି ଆଉ ଏକ କାହାଣୀ ‘ସରଗପୁରରୁ ଆସିଚି ପ୍ରିୟା’। ଲୋକପ୍ରିୟ ଅଭିନେତ୍ରୀ ନିଲାକ୍ଷୀ ପାତ୍ର ମେନକା ଚରିତ୍ରରେ ଅଭିନୟ କରୁଥିବା ବେଳେ ନାୟକ ଭୂମିକାରେ ଆସୁଛନ୍ତି ଅଭିନେତା ଅଭିଜିତ୍ ଦାସ। ନିର୍ଦ୍ଦେଶନା ଓ ସ୍କ୍ରିପ୍ଟ ଦାୟିତ୍ୱ ସଞ୍ଜୟ ନାୟକଙ୍କ ଥିବାବେଳେ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି କବିର ଦାସ। ଗୀତ ଲେଖିଛନ୍ତି ଲୋକପ୍ରିୟ ଲେଖକ ନିର୍ମଳ ନାୟକ ଓ ତାଙ୍କ ସହିତ ନିହାର ପ୍ରିୟାଶିଷ୍। ଗୀତଗୁଡିକୁ ସଙ୍ଗୀତରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଏବଂ ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଲୁବୁନ ଟୁବୁନ।

 

ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି ଓଡ଼ିଶାର ନାମୀଦାମୀ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ନେହା ନିହାରିକା, ସତ୍ୟଜିତ, ଅନ୍ତରା ଚକ୍ରବର୍ତ୍ତୀ ଓ ସୁଭାଶିଷ ସାହୁ। ସେହିପରି ଆରେଞ୍ଜମେଣ୍ଟରେ ରହିଛନ୍ତି ରାଜା ଓ ଅନୀଲ। କାହାଣୀଟି ଯେତିକି ଉତ୍ସାହରେ ଭରି ରହିଛି ସେତିକି ଉତ୍କଣ୍ଠାପୂର୍ଣ୍ଣ ମଧ୍ୟ। ତେବେ ଦର୍ଶକଙ୍କୁ ନିଶ୍ଚୟ ଏହି କାହାଣୀ ଛୁଇଁବ ବୋଲି ଆଶା ପ୍ରକଟ କରିଛନ୍ତି ଜୀ-ସାର୍ଥକ ଚ୍ୟାନେଲର ବିଜିନେସ୍ ହେଡ୍ ପ୍ରତୀକ ସିଲ୍।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories