www.samajalive.in
Sunday, December 14, 2025
23.1 C
Bhubaneswar

ଶ୍ରୀ ଶ୍ରୀ କାମାକ୍ଷା ଦେବୀଙ୍କ ବାସନ୍ତୀକ ପୂଜା ନିମନ୍ତେ କଳସ ଯାତ୍ରା

ସମ୍ବଲପୁର: ସମ୍ବଲପୁରର ଭାଲୁପାଲି ସ୍ଥିତ ଶ୍ରୀ ଶ୍ରୀ କାମାକ୍ଷା ଦେବୀଙ୍କ ଚୈତ୍ର ନବରାତ୍ର ପୂଜା ଅବସରରେ କଳସ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପ୍ରାଙ୍ଗଣରୁ ବୈଦାରନୁଆପାଲି ସୁରୁକଟା ପର୍ଯ୍ୟନ୍ତ ହୁତୁମା ଗାଁ ର ସଙ୍କିର୍ତ୍ତନ ଦଳ, ମନ୍ଦିର କମିଟି, ବୈଦାରନୂଆପାଲି ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ କଳସ ଯାତ୍ରା ଆୟୋଜିତ ହୋଇଯାଇଛି। ପଣ୍ଡିତ ଜୟ ଗୋପାଳ ସୁଆର ଙ୍କ ତତ୍ୱାବଧାନରେ ୯ ଜଣ କର୍ତ୍ତା ହିମାଂଶୁ ପ୍ରଧାନ, ଶମ୍ଭୁ ପ୍ରସାଦ ପାଢ଼ୀ, ଅମିତ ମିଶ୍ର, ନିତ୍ୟାନନ୍ଦ ପ୍ରଧାନ, ସଞ୍ଜୀବ ପାଣିଗ୍ରାହୀ, ପ୍ରତାପ ବିଶ୍ୱାଳ, ସନ୍ତୋଷ ହୋତା, ସୁଜିତ ହୋତା, ରାଧାମାଧବ ପାଣିଗ୍ରାହୀ ସପତ୍ନୀକ ଉପସ୍ଥିତ ରହି ପାରମ୍ପରିକ ପୁଜାର୍ଚ୍ଚନା ପରେ କଳସରେ ଜଳ ଭର୍ତ୍ତି କରି ମନ୍ଦିରକୁ ଏକ ଭବ୍ୟ ଶୋଭାଯାତ୍ରାରେ ଆସିଥିଲେ। ଏହି ଅବସରରେ ନିର୍ମଳ ମାଇତି, ଲକ୍ଷ୍ମୀକାନ୍ତ ସାହୁ, ସବ୍ୟସାଚୀ ସାହୁ, ନରେନ୍ଦ୍ର ବେହେରା, ବିନାୟକ ରାମ, ଶିବ ମେହେର, ଜଗଦିଶ ବିଶ୍ୱାଳ, ଶ୍ୟାମ ସୁନ୍ଦର ବିଶ୍ୱାଳ, ତାପସ ପରିଡ଼ା, ନରହରି ବଢ଼େଇ, ପଞ୍ଚାନନ ଦେହୁରୀ, ଅଜୟ ବାରିକ, ବିଜୟ ସାହୁ ଓ ଶତାଧିକ ଶ୍ରଦ୍ଧାଳୁ ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ, ମାଁ କାମାକ୍ଷା ମନ୍ଦିରର ୩ୟ ବାର୍ଷିକ ଉତ୍ସବ ସହିତ ବାସନ୍ତୀକ ନବଦିନାତ୍ମକ ପୂଜା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ହେଉଛି। ମଙ୍ଗଳବାର କଳସ ଯାତ୍ରା ଓ ଅଧିବାସ ନିତି ପାରମ୍ପରିକ ନିତି ଅନୁଯାୟୀ ସମ୍ପନ୍ନ ହୋଇଥିବା ବେଳେ ୨୨ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ମାଁ ଙ୍କ ପୁଜା ଓ ଚଣ୍ଡୀପାଠ ସହିତ ୨୯ ତାରିଖରେ ରାତ୍ରରେ ସନ୍ଧିପୂଜା, ୩୦ ତାରିଖ ପୂର୍ବାହ୍ନରେ ନବକନ୍ୟା ପୂଜନ, ୩୧ ତାରିଖରେ ବାସନ୍ତିକ ଦଶହରା, ମହାଦୁର୍ଗା ଓ ମାଁ କାମାକ୍ଷା ପୁଜା, ୬ ତାରିଖରେ ଚୈତ୍ର ପୂର୍ଣ୍ଣମୀରେ ପୂଜା ଓ ଧ୍ୱଜା ରୋହଣ ଆୟୋଜିତ ହେବ ବୋଲି ଆୟୋଜକ ମାନଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories