ସମ୍ବଲପୁର: ସମ୍ବଲପୁର ଜିଲା ବିଜେଡି ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ତାଙ୍କର ଜନ୍ମ ଦିନ ନିଆରା ଭାବରେ ରକ୍ତଦାନ ଶିବିର ଆୟୋଜନ କରି ପାଳନ କରିଛନ୍ତି। ସ୍ଥାନୀୟ ରେମେଡ ଠାରେ ଯୁବ ନେତା ସାଧବ ବର୍ମନଙ୍କ ସଂଯୋଜନାରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇ ରକ୍ତ ଭଣ୍ଡାରକୁ ଦାନ କରାଯାଇଥିଲା। ଆସନ୍ତା ଗ୍ରୀଷ୍ମ ଋତୁକୁ ଧ୍ୟାନରେ ରଖି ବିଜୁ ଯୁବ ଜନତା ଦଳ ସମ୍ବଲପୁର ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହେଉଥିବା ବେଳେ ଏହା ଚଳିତ ମାସର ୪ର୍ଥ ଶିବିର ଅଟେ। ଏହି ଶିବିରରେ ଅତିଥି ରୂପେ ଜିଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ଦଳୀୟ ପ୍ରବକ୍ତା ସଞ୍ଜୟ ବାବୁ, ଜିଲା ମୋ ପରିବାରର ସଂଯୋଜିକା କବିତା ପୁରୋହିତ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ଯୋଗ ଦେଇଥିଲେ। ଅତିଥି ମାନେ ରକ୍ତଦାତା ମାନଙ୍କୁ ମାନପତ୍ର ଓ ମିଷ୍ଟାନ୍ନ ପ୍ରଦାନ କରି ଉତ୍ସାହିତ କରିଥିଲେ। ଏହି ଅବସରରେ ମନୋଜ ମହାପାତ୍ର, ଉଷା ପ୍ରଧାନ, ଦୀପକ କୁମାର ସାହୁ, ଦିଲ୍ଲୀପ ଦୁରିଆ, କୃଷ୍ଣ ଚନ୍ଦ୍ର ଟପ୍ପୋ, ହରଦୀପ ସିଂ ଭୁଜି, ଚିତ୍ତରଞ୍ଜନ ରାଉଳ, ଅନୁଜ ଜେନା, ଦୁଲାଲ ଚନ୍ଦ୍ର ରାୟ, ମଞ୍ଜୁ ଓରାମ, ରାଜେଶ ଚୈନି, ସସ୍ମିତା ଦୀପ, ସହଦେବ ଓରାମ, ବୁଲୁ ନାୟକ, କୈଳାସ ପ୍ରଧାନ, ବୃନ୍ଦା କଣ୍ଟା, ମାୟାଧର ଜେନା, ମୁନ୍ନୀ ବେଗମ, ବିଶିକେଶନ ଓରାମ, ସଞ୍ଜୟ ଓରାମ, ଉତ୍ତମ ବାଗ, ଜଗଦ ଚୌହାନ, ବିକ୍କି ଦୀପ, ରୋହିତ ଓରାମ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
Popular Categories



