www.samajalive.in
Sunday, December 7, 2025
26.1 C
Bhubaneswar

ପାନୀୟଜଳ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥାର ମନମୁଖୀ କାମ ଯୋଗୁଁ ଶିକ୍ଷା ଓ ସ୍ଵାସ୍ଥ୍ୟ ବାଧାପ୍ରାପ୍ତ

ରେଙ୍ଗାଲିକ୍ୟାମ୍ପ : ପାନୀୟଜଳ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟସରକାରଙ୍କ ମିଳିତ ଯୋଜନାରେ ବର୍ତ୍ତମାନ ଗଙ୍ଗାଧର ପାନୀୟ ଜଳ ପ୍ରକଳ୍ପ ଯୋଜନାର ନିର୍ମାଣ କାର୍ଯ୍ୟ ଚାଲିଛି । ଜିରୋ ପଏଣ୍ଟରୁ ବିଜେପୁର ପର୍ଯ୍ୟନ୍ତ ପାଇପ ଦ୍ଵାରା ଜଳ ଯୋଗାଣ କରାଯିବା ପାଇଁ ବର୍ତ୍ତମାନ ପାଇପ ସଂଯୋଗ କାର୍ଯ୍ୟ ଚାଲୁଛି । ମାଟି ଖୋଳି ଏହି ପାଇପ ସଂଯୋଗ କରାଯାଉଛି। ଏହି ପ୍ରକଳ୍ପ କାମ ନିର୍ମାଣକାରୀ ସଂସ୍ଥା ଏଲଏନ୍‌ଟି ହାତକୁ ଦିଆଯାଇଛି । କିନ୍ତୁ ଏବେ ଏହି ନିର୍ମାଣକାରୀ ସଂସ୍ଥାର ମନମୁଖୀ କାମ ଯୋଗୁ ଶିକ୍ଷା ଓ ସ୍ଵାସ୍ଥ୍ୟ ପ୍ରତି ମଧ୍ୟ ଅନେକ ସମସ୍ୟା ସୃଷ୍ଟି କରୁଛି। ଯାହା ଆଜି ଦେଖିବାକୁ ମିଳିଛି ଅତାବିରା ବ୍ଲକ ଟାଙ୍ଗରପାଲି ଗ୍ରାମରେ । ଏହି ପାଇପ ସଂଯୋଗ ପାଇଁ ମୁଖ୍ୟ କେନାଲରୁ ଗ୍ରାମକୁ ସଂଯୋଗ କରୁଥିବା ଆର୍ଡି ରାସ୍ତାରେ ୫୦ ଫୁଟ ଚଉଡ଼ା ଓ ୫୦ ଫୁଟ ଗଭୀରର ମାଟି ଖୋଳା ଯାଉଛି । ଯିବା ଆସିବା ପାଇଁ କାମଚଳା ରାସ୍ତା ଦିଆଯାଇଛି, ଯାହାକି ବିଲ ଭିତର ଦେଇ ଯିବାକୁ ପଡୁଛି। ଦୀର୍ଘ ୧୫ ଦିନ ହେଲା ଲୋକେ ଏହି ରାସ୍ତା ଦେଇ ବହୁ କଷ୍ଟରେ ଚାଲିକି ଯିବା ଆସିବା କରୁଛନ୍ତି। ଚାରିଚକିଆ ଯାନ ଆଦୌ ଯାଇ ପାରୁନାହିଁ। ଦୁଇ ଚକିଆ ବାଇକ୍ ଆଦି ବହୁ କଷ୍ଟରେ ଯାଉଛି ।

ଏହି ରାସ୍ତା ଦେଇ ଟାଙ୍ଗର ପାଲି, ଆମଝର, ଯୁନାନି, ଧୁବେନ୍ ଟିକ୍ରା, ରୁଝେନ୍ ମାଲ, ତଲା କଣ୍ଟା, ବାଞ୍ଜି ପଡ଼ା, ସହଁରା ପଡ଼ା ଆଦି ପାଞ୍ଚ ଛଅ ଖଣ୍ଡ ଗ୍ରାମର ଲୋକେ ଯିବା ଆସିବା କରିଥାନ୍ତି। ପ୍ରତି ଗାଁରୁ ସ୍କୁଲ୍ ପିଲାମାନେ ଟାଙ୍ଗରପାଲି ହାଇ ସ୍କୁଲକୁ ମଧ୍ୟ ପଢ଼ିବା ପାଇଁ ଆସିଥାନ୍ତି । ହେଲେ ଏଲଏନ୍‌ଟିର ଏହି ମାଟି ଖୋଳା କାମ ଓ ତାକୁ ଦୀର୍ଘ ଦିନ ଧରି ପକାଇ ରଖିଥିବାରୁ ପିଲାଙ୍କ ସ୍କୁଲ ଯିବାରେ ସମସ୍ୟା ହେଉଛି। ଗତ କାଲିର ବର୍ଷାରେ ଏହି ରାସ୍ତା ଆହୁରି ଭୟଙ୍କର ହୋଇଛି । ବର୍ତ୍ତମାନ ସ୍କୁଲ୍ କଲେଜମାନଙ୍କର ପରୀକ୍ଷା ସମୟ । କିନ୍ତୁ ପିଲାଙ୍କ ସ୍କୁଲ୍ ଯିବା ବନ୍ଦ ହେଇଯାଇଛି ଏହି ରାସ୍ତା ଯୋଗୁଁ। ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ବି ଯାଇପାରୁନାହିଁ। ଯଦି ଦୈବାତ କାହାର କିଛି ସ୍ବାସ୍ଥ୍ୟ ଗତ ପ୍ରତିକୂଳ ପରିସ୍ଥିତି ହୁଏ ତେବେ, ତାକୁ ଡାକ୍ତରଖାନାକୁ ଆଣିବା ମଧ୍ୟ ଅସମ୍ଭବ ହୋଇଯିବ । ଗ୍ରାମ ଲୋକେ ଯଥାଶୀଘ୍ର ଏହି ପାଇପ ସଂଯୋଗ କାମ ସମ୍ପୂର୍ଣ୍ଣ କରି ରାସ୍ତାକୁ ମୁକ୍ତ କରିବା ପାଇଁ ବାରମ୍ବାର କହି ଆସୁଥିଲେ କିଛି ନ ଶୁଣି ସମସ୍ତଙ୍କୁ ବେଖାତିର କରି ମନମୁଖୀ କାମ କରି ଚାଲିଛି। ୧୫ ଦିନ ହେଲା ରାସ୍ତା ଏମିତି ଅଚଳ ଅବସ୍ଥାରେ ରହିଛି। ଏମିତିକି ଅନେକ ସ୍ଥାନରେ ଲୋକଙ୍କ ଚାଷ ଜମି ଦେଇ ଏହି ପାଇପ ସଂଯୋଗ ହେଇଥିବାରୁ ବହୁ ପରିମାଣର ଚାଷ ଜମି ମଧ୍ୟ ନଷ୍ଟ ହୋଇ ସେମାନଙ୍କ ଉତ୍ପାଦନ ଉପରେ ପ୍ରଭାବ ପକାଉଛି। ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନିର୍ମାଣକାରୀ ସଂସ୍ଥା ପ୍ରତି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଶୀଘ୍ର ରାସ୍ତାଟିକୁ ଗମନାଗମନ ଉପଯୋଗୀ ନ କଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories