www.samajalive.in
Sunday, December 7, 2025
18.1 C
Bhubaneswar

ବିକାଶ ଧାରାରେ ଯୋଡ଼ି ହୋଇପାରିନି ଆଦର୍ଶ ଗାଁ ଯୋଡ଼ାବନ୍ଧ

ନର୍ଲା: ନାମକୁ କେବଳ ଆଦର୍ଶ ଗାଁ । ଆଦର୍ଶ ଗାଁର ମାନ୍ୟତାକୁ ଧରି ପାନୀୟ ଜଳ ବିହୁନେ ହାକୁଟି ମାରୁଛନ୍ତି ନର୍ଲା ବ୍ଲକ ଅନ୍ତର୍ଗତ ଘୋଡାବନ୍ଧ ପଞ୍ଚାୟତର ଆଦର୍ଶ ଗ୍ରାମ ଯୋଡାବନ୍ଧବାସୀ । ଜନଜାତି ଓ ଅନୁସୂଚିତ ଜନଜାତି ବର୍ଗ ଏହି ଗ୍ରାମର ବାସିନ୍ଦା । ସାନ୍ଦୁଲ ନଦୀ କୂଳରେ ଥିବା ଯୋଡାବନ୍ଧ ଗ୍ରାମବାସୀଙ୍କ ପାଇଁ ସରକାରଙ୍କ ତରଫରୁ ଦିଆଯାଇଛି ୩ଟି ନଳକୂପ । ଗ୍ରୀଷ୍ମ ଆସିଲେ ଉକ୍ତ ନଳକୂପଗୁଡିକରେ ପାଣି ବାହାରିବା କମିଯାଏ । ବର୍ତ୍ତମାନ ସେହି ଅବସ୍ଥା ଆସି ପହଞ୍ଚିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଅନ୍ୟପଟେ ଦୁଇଟି ଓ୍ବାଟର ସୋଲାର ପ୍ରୋଜେକ୍ଟ ଓ ବସୁଧା ଯୋଜନାରେ ଗାଁ ମଝିରେ ଠିଆ ହୋଇଛି ଓଭରହେଡ୍ ଟାଙ୍କି। ସମସ୍ତ ବ୍ୟବସ୍ଥା ଥାଇ ସୁଦ୍ଧା ଗ୍ରାମବାସୀଙ୍କୁ ମିଳୁନି ପାଣି । ଏଠି ସରକାରଙ୍କ ବ୍ୟବସ୍ଥା ଉପହାସ କରୁଛି ବିକାଶକୁ । ଅଚଳ ହୋଇ ପଡିଥିବା ଜଳଯୋଗାଣ ବ୍ୟବସ୍ଥାକୁ ସଜାଡିବାକୁ ବିଭାଗୟ କର୍ତ୍ତୃପକ୍ଷଙ୍କ ପାଖରେ ସମୟ ନାହିଁ । ପାଣିର ଅଭାବକୁ ହୃଦୟଙ୍ଗମ କରି ସରକାରଙ୍କ ତରଫରୁ ପ୍ରତି ବର୍ଷ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଏ । ସ୍ଥାୟୀ ବ୍ୟବସ୍ଥା ଯେଉଁଠି କାମ କରୁନି ସେଇଠି ଆଦର୍ଶର ଡିଣ୍ଡିମ ପିଟିବା ଯୋଡାବନ୍ଧବାସୀଙ୍କ ପାଇଁ ଚରମ ଉପହାସ । ଯେଉଁଠି ପାନୀୟ ଜଳ ଟିକକ ପାଇବାର ବ୍ୟବସ୍ଥା ଆଜିଯାଏଁ କାମ କଲାନି ସେଇଠି ଆଦର୍ଶ ମାନ୍ୟତାର ମାନେ କଣ ବୋଲି ପ୍ରଶ୍ନ ଉଠୁଛି । କାହିଁକି କାମ କରୁନି କୋଟିକୋଟି ସରକାରୀ ଅର୍ଥରାଶିରେ ନିର୍ମିତ ଜଳଯୋଗାଣ ପ୍ରକଳ୍ପଗୁଡିକ । ଗ୍ରାମବାସୀ ବହୁବାର ଏ ସଂପର୍କରେ ଅଭିଯୋଗ କରିଥିଲେହେଁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଟ୍ୟାଙ୍କର ସାହାଯ୍ୟରେ ଯୋଗା ଯାଉଥିବା ପାନୀୟ ଜଳ ଲୋକଙ୍କୁ ଅଣ୍ଟୁ ନଥିବା ବେଳେ ଏହା ହାତୀକୁ ହୋମିଓପ୍ୟାଥିକ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଆଗକୁ ଆହୁରି ଖରା ବୃଦ୍ଧି ପାଇବ । ଜଳ ହିଁ ଜୀବନ ବୋଲି ଉକ୍ତିକୁ ଶୁଣିଛନ୍ତି ହେଲେ ଜଳର ଅଭାବରେ ନିରଶ ହୋଇପଡିଛି ଆଦର୍ଶ ଗ୍ରାମ ଯୋଡାବନ୍ଧ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ଅଚଳ ପ୍ରକଳ୍ପର ସଚଳ କରି ଯୋଡାବନ୍ଧବାସୀଙ୍କ ପାଇଁ ପାଣିର ସ୍ଥାୟୀ ବନ୍ଦୋବସ୍ତ କରିବାକୁ ଗ୍ରାମବାସୀ ମେଦିନୀଧଳ ଜାନୀ ଦେଶରାଜ ଗଡିତିଆ, ପ୍ରହ୍ଲାଦ ଗାଡିଆ, କ୍ଷମା ନାଗ ଜିତେନ୍ଦ୍ର ମାଝୀ ବୃଷକେତୁ ଦାସ, ଜଗଦୀଶ ଗଡତିଆ, ବରୁଣ ମହାନନ୍ଦ, ସୁଦାମ କୁମାର ସମେତ ଅନ୍ୟମାନେ ଦାବୀ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories