www.samajalive.in
Monday, December 15, 2025
16.1 C
Bhubaneswar

ହାସ୍ୟାଭିନେତା ଖୟାଲିଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ

ଜୟପୁର: ଜୟପୁରର ମାନସରୋବର ଥାନାରେ ହାସ୍ୟାଭିନେତା ତଥା ଆପ୍‌ ନେତା ଖୟାଲି ସହାରନ୍‌ଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। ହନୁମାନଗଡ଼ ନିବାସୀ ଜଣେ ୨୮ ବର୍ଷୀୟ ଯୁବତୀ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ମାର୍ଚ୍ଚ ୧୧ ତାରିଖରେ ତାଙ୍କୁ ହୋଟେଲକୁ ଡକାଇ ଦୁଷ୍କର୍ମ କରାଯାଇଛି। ଯୁବତୀ କହିଛନ୍ତି ଯେ, କମେଡ଼ିଆନ୍‌ ଖୟାଲି ତାଙ୍କୁ ଓ ତାଙ୍କର ଜଣେ ବାନ୍ଧବୀଙ୍କୁ ଫିଲ୍ମରେ କାମ ଦେବା ବାହାନାରେ ହୋଟେଲକୁ ଡାକିଥିଲେ। ସେଠାରେ ପ୍ରଥମେ ସେ ତାଙ୍କ ସହ ଅସଦାଚରଣ କରିଥିଲେ। ପରେ ତାଙ୍କ ସାଙ୍ଗ ବାହାରକୁ ପଳାଇ ଆସିବା ପରେ ଖୟାଲି ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ଅଭିଯୁକ୍ତ କମେଡ଼ିଆନ୍‌ ତାଙ୍କ ସହଯୋଗୀମାନଙ୍କ ସହ ହୋଟେଲରୁ ପଳାଇ ଯାଇଥିଲେ।

ପୁଲିସ ନିକଟରେ ତାଙ୍କ ଅଭିଯୋଗରେ ମହିଳା ଜଣକ କହିଥିଲେ ଯେ, କିଛିଦିନ ପୂର୍ବରୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଛି। ଚାକିରି ସଂପର୍କରେ ସେ ମାର୍ଚ୍ଚ ୯ରେ ଜୟପୁରର ଶାସ୍ତ୍ରୀ ନଗରରେ ରହୁଥିବା ତାଙ୍କର ଜଣେ ବାନ୍ଧବୀଙ୍କ ଘରକୁ ଆସିଥିଲେ। ସାଙ୍ଗଙ୍କ ଘରେ ରହି ମାର୍କେଟିଂ ଚାକିରି ଖୋଜିବା ଆରମ୍ଭ କଲେ।

- Advertisement -

ମାର୍ଚ୍ଚ ୧୧ରେ ତାଙ୍କ ସାଙ୍ଗ କହିଥିଲେ ଯେ, ଖୟାଲିଙ୍କ ଶୋ’ ମାର୍ଚ୍ଚ ୧୨ରେ ଅଛି । ସେ ଏହି ଶୋ’ରେ ଆମ୍ ଆଦମୀ ପାର୍ଟିର ପ୍ରଚାର କରିବେ। ସେ କହିଥିଲେ ଯେ, ହାସ୍ୟାଭିନେତା ତାଙ୍କୁ ଭେଟିବାକୁ ଡାକିଛନ୍ତି। ତାଙ୍କ ବାନ୍ଧବୀ ମଧ୍ୟ ପ୍ରଥମ ଥର ପାଇଁ ତାଙ୍କୁ ଭେଟିବେ ବୋଲି କହିଲେ ଓ ମୁଁ ଏକୁଟିଆ ଯିବି ନାହିଁ ତୁ ମଧ୍ୟ ମୋ ସାଥିରେ ଚାଲ ବୋଲି କହିଥିଲେ। ହାସ୍ୟାଭିନେତାଙ୍କ କମେଡି ଶୋ’ ପାଇଁ ରାଜସ୍ଥାନୀ କହୁଥିବା ଝିଅମାନଙ୍କର ଆବଶ୍ୟକତା ଅଛି। ଚାକିରି ମଧ୍ୟ ମିଳିପାରେ ବୋଲି ବାନ୍ଧବୀ ତାଙ୍କୁ କହିଥିଲେ।

 

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories