www.samajalive.in
Monday, December 15, 2025
26.1 C
Bhubaneswar

‘ଲକ୍ଷଣ ଥିଲେ କରୋନା ପରୀକ୍ଷା କର’

ଭୁବନେଶ୍ୱର : ରାଜ୍ୟରେ ଏଚ୍‌୩ଏନ୍‌୨ ସଂକ୍ରମଣକୁ ନେଇ ଭୟ ବଢିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ନିର୍ଦେଶ ପରେ ଏବେ ରାଜ୍ୟ ସରକାର ଏହାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା-ଏ ବର୍ଗରେ ଆସୁଥିବାବେଳେ ଏବେ ଇନଫ୍ଲୁଏଞ୍ଜା-ବି ମୁଣ୍ଡ ଟେକିଲାଣି। ଗତକାଲି ସୁଦ୍ଧା ଏକ ଘରୋଇ ଚିକିତ୍ସାଳୟରେ ୨ ଜଣ ଇନଫ୍ଲୁଏଞ୍ଜା-ବିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏଚ୍‌୩ଏନ୍‌୨ ପାଇଁ ରାଜ୍ୟର ପ୍ରତି ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ କ୍ୟାପିଟାଲ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଯେହେତୁ ଇନଫ୍ଲୁଏଞ୍ଜା ଲକ୍ଷଣ କରୋନା ସହିତ ସମାନ ତେଣୁ ଥଣ୍ଡା, ଜ୍ବର ହେଲେ କରୋନା ପରୀକ୍ଷା କରାଯିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ସର୍ବେକ୍ଷଣ ବଢାଇବା ଓ ଅମ୍ଲଜାନ ଏବଂ ଆଇସିୟୁ ଶଯ୍ୟା ପ୍ରସ୍ତୁତ ରଖିବାକୁ ବିଭାଗ ପକ୍ଷରୁ କୁହାଯାଇଛି।
ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ରଙ୍କ କହିବା ଅନୁସାରେ ଏଚ୍୩ଏନ୍‌୨ର କୌଣସି ନିର୍ଦିଷ୍ଟ ଚିକିତ୍ସା ନାହିଁ। ଥଣ୍ଡା, ଜ୍ବର, କାଶ କିଛି ଦିନ ଲାଗି ରହିବ ଏବଂ ଦୁଇରୁ ତିନିଦିନ ମଧ୍ୟରେ ଆପେ ଭଲ ହୋଇପାରେ। ବହୁବିଧ ରୋଗୀ ଏମିତିକି ଶ୍ବାସ, ହୃଦ ଏବଂ କିଡନୀ ଆଦି ଗୁରୁତର ରୋଗୀ ଏଥିଯୋଗୁଁ ନିମୋନିଆରେ ସଂକ୍ରମଣ ହୋଇପାରନ୍ତି। ତେଣୁ ଲକ୍ଷଣ ଥିଲେ ନିଜକୁ ସଙ୍ଗରୋଧରେ ରଖିବା ସହିତ କରୋନା ନିୟମ ଅନୁପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ବା ବହୁ ଦିନ ଧରି ଥଣ୍ଡା, ଜ୍ବର ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ‌େସ କହିଛନ୍ତି। ‌ସେହିପରି ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରଜ ମିଶ୍ର କହିଛନ୍ତି ଯେ, ବର୍ଷକୁ ଦୁଇଥର ଏହି ଭୂତାଣୁ ସଂକ୍ରମିତ କରନ୍ତି। ଗତ ଦୁଇମାସ ହେବ ଏଚ୩ଏନ୍‌୨ ରହିଛି। କରୋନା ସମୟରେ ଏହା ବେଶୀ ଦେଖାଦେଇ ନ ଥିଲା। ବର୍ତ୍ତମାନ ଘରୋଇ ପରୀକ୍ଷାଗାରର ନମୁନା ହିସାବକୁ ନେଲେ ସଂଖ୍ୟା ବଢ଼ିପାରେ। ଏବେ ପୁଣି ଇନଫ୍ଲୁଏଞ୍ଜା-ବି ସଂକ୍ରମିତ କଲାଣି। ଗତ ସାତ ଦିନ ମଧ୍ୟରେ ୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟ ଘରୋଇ ପରୀକ୍ଷାଗାର ବା ଚିକିତ୍ସାଳୟରେ ଇନଫ୍ଲଏଞ୍ଜା-ବି ଅଧିକ ଚିହ୍ନଟ ହୋଇଥିବା ନେଇ ସନ୍ଦେହ କରାଯାଉଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories