ବନ୍ଧାପଥର ୫-ଟି ସ୍କୁଲ ନିର୍ମାଣ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ
ସୌନ୍ଦର୍ଯ୍ୟକରଣ, ଖେଳପଡିଆ, ପାଚେରୀ ନିର୍ମାଣ ଉପରେ ଗୁରୁତ୍ୱ
ହରଭଙ୍ଗା : ବୌଦ୍ଧ ଜିଲ୍ଲାପାଳ ସତ୍ୟରଞନ ସାହୁ ସୋମବାର ହରଭଙ୍ଗା ବ୍ଲକ ଅର୍ନ୍ତଗତ ବନ୍ଧାପଥର ୫-ଟି ପଂଚାୟତ ଉଚ୍ଚ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି। ସ୍କୁଲର ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହିତ ନିର୍ମାଣ କାର୍ଯ୍ୟରେ ରହିଥିବା ଦୁର୍ବଳତାକୁ ହରଭଙ୍ଗା ବିଡିଓଙ୍କ ଦୃଷ୍ଟିକୁ ଆଣିଥିଲେ। ସ୍କୁଲର ସୌନ୍ଦର୍ଯ୍ୟକରଣ, ପାଚେରୀ ନିର୍ମାଣ ଉପରେ lt ଗୁରୁତ୍ୱ ଆରୋପ କରିଥିଲେ। ଖେଳ ପଡିଆଟିକୁ ସମାନ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି । ଏହା ସହିତ ସ୍କୁଲ ପରିସରକୁ ସମାନ କରିବା ପାଇଁ ନିର୍ଦେଶ ଦେଇଥିଲେ। କୌଣସି ଗଛ ନ କାଟିବାକୁ ସେ ନିର୍ଦେଶ ଦେବା ସହିତ ସୌନ୍ଦର୍ଯ୍ୟକରଣ ପାଇଁ ଗଛ ଲଗାଇବା ପାଇଁ ପରାମର୍ଶ ଦେବା ସହିତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ କହିଛନ୍ତି । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ତାଙ୍କ ସହିତ ବୌଦ୍ଧ ଜିଲ୍ଲାଶିକ୍ଷାଧିକାରୀ ଡାକ୍ତର ଉଦୟନାଥ ମାଝୀ, ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ,ଜିଲ୍ଲା ସୂଚନା ଲୋକ ସର୍ମ୍ପକ ଅଧିକାରୀ ରୀତିକାନ୍ତ ବଳିଆର ସିଂ ପ୍ରମୁଖ ସାମିଲ ଥିଲେ।
Comments are closed.