ବନାଗ୍ନି ତାପ ସହି ନପାରି ଗୋପାଳପୁର ଗାଁ ମୁହାଁ ଦନ୍ତା
ବଡ଼ମ୍ବା : ବଡ଼ମ୍ବା ବନାଞ୍ଚଳରେ ପୁଣି ହାତୀକୁ ନେଇ ସମସ୍ୟା । ଏବେ ଜଙ୍ଗଲପୋଡ଼ି ବନାଗ୍ନିକୁ ନେଇ ନାନା ବନ୍ୟଜନ୍ତୁଙ୍କ ସମେତ ହାତୀପଲ କଲବଲ । ଏହି ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ସନ୍ନିକଟ ଜଙ୍ଗଲରେ ବନାଗ୍ନିର ତାଉ ସହି ନପାରି ଏକ ଦନ୍ତାହାତୀ ଗାଁ ମୁହାଁ ହୋଇଛି । ହାତୀଟି ଗାଁର କେତକ ଚାଳଛପର ଘର ଭଙ୍ଗାରୁଜା କରିବା ସହ ଅନେକଙ୍କ ବାଡ଼ିରେ ପଶି ଫସଲ ଏବଂ ସାଇତା ହୋଇ ରହିଥିବା ଶସ୍ୟ ନଷ୍ଟ କରିଥିବା ଜଣାଯାଇଛି। ହାତୀଟି ଏକ ଠିକାଦାର କ୍ୟାମ୍ପ ଭାଙ୍ଗି ଦଳି ଛାରଖାର କରିଥିବା ବେଳେ ତାର ଉପଦ୍ରବରେ ଗୋପାଳପୁର ଗ୍ରାମର ଭରତ ପ୍ରଧାନ, ଟିକିନା ପ୍ରଧାନ, ସନ୍ତ ପଲେଇ, ମୁକୁ ପ୍ରଧାନ ପ୍ରମୁଖ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ପ୍ରକାଶ । ଖବରପାଇ ବନବିଭାଗ ତରଫରୁ ପଦକ୍ଷେପ ସ୍ୱରୂପ ହାତୀଟିକୁ ଜଙ୍ଗଲ ଭିତରକୁ ତଡ଼ିଦେଇଛନ୍ତି । ଅପରପକ୍ଷରେ ଏବେ ବି ସ୍ଥାନୀୟ ଲୋକ ଏହାକୁନେଇ ଭୟଭୀତ ଥିବା ପ୍ରକାଶ । ବିଭାଗୀୟ କତୃପକ୍ଷଙ୍କୁ ଯୋଗଯୋଗ କରାଯିବାରେ ସଂପୃକ୍ତ ହାତୀଟି ଦଳରୁ ଏକୁଟିଆ ହୋଇଯାଇଥିବା ଏବଂ ଏହା ତିଗିରିଆ ଜଙ୍ଗଲରୁ ଆସି ଏପର୍ଯ୍ୟନ୍ତ ପହଞ୍ଚିଥିବା କହିଥିଲେ । ତେବେ ଲୋକଙ୍କ ଧନଜୀବନର ସୁରକ୍ଷା ଏବଂ ହାତୀ ସୁରକ୍ଷାନେଇ ବନବିଭାଗର ଏ ସ୍ୱତନ୍ତ୍ର ଦଳ ଲଗାତର ଘଟଣା ପଉରେ ନଜର ରଖିଥିବା ସୂଚନା ମିଳିଛି ।
Comments are closed.