ସମ୍ବଲପୁର: ସମ୍ବଲପୁରର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ଠାରେ ଗୁରୁବାର ଜଣେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ କମଳି ବଜାର ଅଞ୍ଚଳର ବୃଦ୍ଧ ଡୁଙ୍ଗୁରୁ ବାଗ କୌଣସି କାରଣରୁ ଘରୁ ବାହାରି ଯାଇଥିଲେ ଏବଂ ନିଖୋଜ ହୋଇଯାଇଥିଲେ। ଏଣୁ ପରିବାର ଲୋକେ ଏକ ନିଖୋଜ ମାମଲା ଥାନାରେ ରୁଜୁ କରିଥିଲେ। ସେ ମହାବିଦ୍ୟାଳୟର ପରିସରରେ ଥିବା ବେଳେ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ମାନେ ତାଙ୍କୁ ଦେଖି ସ୍ୱାସ୍ଥ୍ୟବସ୍ଥା ବୁଝିବା ସହିତ ତାଙ୍କର ପରିଚୟ ପଚାରିଥିଲେ। ବୃଦ୍ଧଙ୍କ ପରିଚୟ ଜଣା ପଡ଼ିବା ପରେ ଏନଏସଏସ ଅଧିକାରୀ ଡ. ବିଶ୍ୱ ମୋହନ ଜେନାଙ୍କ ଜରିଆରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ମାନେ ତାଙ୍କର ପରିବାରକୁ ଖବର ଦେଇଥିଲେ। ଏହା ପରେ ମହାବିଦ୍ୟାଳୟର ଏନଏସଏସ ୟୁନିଟ ପକ୍ଷରୁ ବୃଦ୍ଧଙ୍କୁ ତାଙ୍କର ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ।
Popular Categories



