ସମ୍ବଲପୁର: ସମ୍ବଲପୁର ଜିଲା ପୁଲିସ ବିଭାଗ ଅଧିନସ୍ଥ ମହିଳା ଗୃହରକ୍ଷୀ ମାନଙ୍କୁ ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ସ୍ଥାନୀୟ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ୟ୍ୟାଳୟର ସମ୍ମିଳନୀ କକ୍ଷରେ ଏସବିଆଇ ପକ୍ଷରୁ ଆୟୋଜିତ ଏହି କାର୍ୟ୍ୟକ୍ରମ ଅବସରରେ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ୩୦ ଜଣ ମହିଳା ଗୃହ ରକ୍ଷୀ ମୁଖ୍ୟ ଅତିଥି ଶ୍ରୀ ଗଙ୍ଗାଧର ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରିଥିଲେ। ମହିଳା ଗୃହ ରକ୍ଷୀ ମାନଙ୍କର ନିରନ୍ତର ସେବାକୁ ପ୍ରଶଂସା କରି ସେମାନଙ୍କୁ ସ୍ୱତନ୍ତ୍ର ରୂପେ ସମ୍ବର୍ଦ୍ଧିତ ଏସବିଆଇ ତରଫରୁ କରାଯାଇଥିଲା। ଏସବିଆଇ ସମ୍ବଲପୁର ସ୍ଥିତ ମୁଖ୍ୟ ଶାଖାର ମୁଖ୍ୟ ପରିଚାଳକ ବିଶ୍ୱରଞ୍ଜନ ମେହେର ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଏସବିଆଇର ମଣ୍ଡଳ ପରିଚାଳକ ମଦନ ମୋହନ ବରିୟାର, ଆଞ୍ଚଳିକ ପରିଚାଳକ ବିଜୟ କୁମାର ସାହୁ, ଅତିରିକ୍ତ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି, ହୋମଗାର୍ଡର ଡିଏସପି ଯୋଗେଶ୍ୱର ଓରାମ ଙ୍କ ସମେତ ବ୍ୟାଙ୍କ ଓ ପୁଲିସର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
Popular Categories



