ତିଗିରିଆ: ତିଗିରିଆ ତାଲୁକ ଆଇନସେବା କମିଟି ପକ୍ଷରୁ ମହିଳା ସଶକ୍ତିକରଣ ଉପରେ ଏକ ଆଇନ ସଚେତନ ଶିବିର ବ୍ଲକ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଆଇନସେବା କମିଟିର ଅଧ୍ୟକ୍ଷା ତଥା ତିଗିରିଆ ବିଚାର ବିଭାଗୀୟ ଅଦାଲତର ବିଚାରପତି ସୁଶ୍ରୀ ପ୍ରେରଣାଶ୍ରୀ ଦେଓ ଅଧ୍ୟକ୍ଷତା କରିବା ସହିତ ନାରୀମାନଙ୍କ ପାଇଁ ରହିଥିବା ଆଇନଗତ ସାମ୍ବିଧାନିକ ଅଧିକାରର ସୁବ୍ୟବହାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରି ସଚେତନ କରିଥିଲେ। ଏହି କାର୍ୟ୍ୟକ୍ରମରେ ତିଗିରିଆ ବିଡ଼ିଓ ପ୍ରଣବ କୁମାର ବେହେରା ଯୋଗଦେଇ ଉପସ୍ଥିତ ସ୍ୱଂୟ ସହାୟିକା ଗୋଷ୍ଠୀର କର୍ମୀମାନଙ୍କୁ ମହିଳା ସଶକ୍ତିକରଣ କରିବାରେ ସରକାରଙ୍କ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ବୁଝାଇଥିଲେ। ଏହି କାର୍ୟ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ମାଝୀ, ଲିଗାଲ ରିଟେର୍ନର ରଘୁନାଥ ଦାଶ, ନାରୀ ସମାଜସେବୀ ମନୋରମା ପ୍ରଧାନ ଏବଂ ବିଭିନ୍ନ ସ୍ୱଂୟ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ।
Popular Categories



