ତିଗିରିଆ: ଚାକିରୀ କରେଇ ଦେବା ଆଳରେ ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣିମା ଗ୍ରାମର ତିନିଜଣ ଯୁବକଙ୍କ ଠାରୁ ଯୁବ ସଂଗଠକ ଅଭୟ କୁମାର ବାରିକ୍ ଲକ୍ଷାଧିକ ଟଙ୍କା ଠକି ନେଇଥିବା ନେଇ ତିଗିରିଆ ଥାନାରେ ଶୁକ୍ରବାର ୩ଟି ପୃଥକ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଏତଲା ମୁତାବକ ବିନ୍ଧାଣିମା ଗ୍ରାମର ପ୍ରଦୀପ ଭୂୟାଁ (୪୦)ଙ୍କ ଠାରୁ ୩ ବର୍ଷ ପୂର୍ବେ ୨ଲକ୍ଷ ୩୫ହଜାର ଟଙ୍କା, ଆକାଶ ଭୂୟାଁ (୨୪)ଙ୍କ ଠାରୁ ୩ଲକ୍ଷ ଟଙ୍କା ଏବଂ ମିଥୁନ ଭୂୟାଁ ( ୨୫) ଙ୍କ ଠାରୁ ଦେଢ଼ ବର୍ଷ ତଳେ ୨ଲକ୍ଷ ଟଙ୍କା ନେଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ କୌଣସି ଚାକିରୀ ନମିଳିବାରୁ ସେମାନେ ଟଙ୍କା େ‘ରସ୍ତ ମାଗିବାରେ ଧମକଚମକ ମିଳୁଥିବା ଅଭିଯୋଗ କରିଛନ୍ତି। ଉକ୍ତ ଯୁବକମାନେ ଶୁକ୍ରବାର ତିଗିରିଆ ନିଜିଗଡ଼଼ସ୍ଥିତ ମଝିସାହି କୋଠଘର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଆଣିବା ସହିତ ଏହି ଠକେଇ ସମ୍ପର୍କରେ ଅଭୟଙ୍କ ନାମରେ ଥାନାରେ ଏତଲା ଦେଇଥିବା ସୂଚନା ଦେଇଛନ୍ତି।
Popular Categories



