ଚୌଦ୍ୱାର: ଚୌଦ୍ୱାର ପୌରପାଳିକାର ପାରିଷଦ ମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସଚେତନତା କର୍ମର୍ଶାଳା ଅନୁଷ୍ଠିତ ହୋଇ ଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଆନୁକୁଲ୍ୟରେ ପୌର ସଭାଗୃହରେ ଆୟୋଜିତ ଏହି କର୍ମଶାଳାରେ ଜିଲା ସ୍ୱାସ୍ଥ୍ୟ ସହକାରୀ ପ୍ରକଳ୍ପ ନିର୍ଦ୍ଦେର୍ଶିକା ଶୁଭ୍ରାଜ୍ୟୋତି ପାଲ ଯୋଗଦେଇ ସହରାଞ୍ଚଳରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା, ଏହାର ନିରାକରଣ ଦିଗରେ ସ୍ୱାସ୍ଥ୍ୟକର୍ମୀ, ରୋଗୀ କଲ୍ୟାଣ ସମିିତି ତଥା ନିର୍ବାଚିତ କାଉନ୍ସିଲର ମାନଙ୍କର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ବୁଝାଇଥିଲେ। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୌର ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ଚୌଦ୍ୱାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡା. ରବୀନ୍ଦ୍ର କୁମାର ମହାପାତ୍ର ଙ୍କ ସମେତ ସମସ୍ତ କାଉନ୍ସିଲର ଓ ପୌର କର୍ମଚାରୀ ଏହି କର୍ମଶାଳାରେ ଭାଗ ନେଇଥିଲେ। ୱାର୍ଡ଼ ମାନଙ୍କରେ ଗଠିତ ରୋଗୀ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି, ପୌର ପ୍ରତିନିଧି ଏବଂ କାଉନସିଲରମାନଙ୍କ ମିଳିତ ଉଦ୍ୟମରେ ୱାର୍ଡ଼ ଗୁଡ଼ିକରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା, ସ୍ୱଚ୍ଛ ପାନୀୟ ଜଳ ବ୍ୟବହାର ଆଦି ସମ୍ପକିତ ସଚେତନତା ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
Popular Categories



