
ରାଧାମୋହନଜୀଉଙ୍କ ଦୋଳ ମେଲଣ

ଚୌଦ୍ୱାର: ଓଟିଏମ୍ କଲୋନୀସ୍ଥିତ ଦୋଳ ପଡ଼ିଆରେ ରାଧା ମୋହନ ଜୀଉଙ୍କ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ରାଧା ମୋହନ ମନ୍ଦିର ପରିଚାଳନା କମିଟି ଅନୁକୁଲ୍ୟରେ ୨ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ରାଧାମୋହନଜୀଉ ଘରଘର ବୁଲି ଭୋଗ ଖଇବା ପରେ ଜୀଉଙ୍କ ବିମାନକୁ ଶୋଭାଯାତ୍ରାରେ ନିଆଯାଇ ଓଟିଏମ୍ କଲୋନୀ ପରିକ୍ରମା କରାଯାଇଥିଲା।ରାଧାମୋହନ ମେଳଣ ପଡ଼ିଆରେ ପହଞ୍ଚିବାପରେ ୪ଟି ବିମାନ ପଡ଼ିଆରେ ମେଲଣ କରିଥିଲେ। ଏହି ଉପଲକ୍ଷେ ୨ଦିନଧରି ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି, କାଉନସିଲର ବିନେଦିନୀ ରାଉତରାୟ, ଦିଲ୍ଲିପ ସାହୁ, ଆଶୁତୋଷ ଦାସ, ବିଜୟ କୁମାର ସାହୁ, ପୂର୍ବତନ କାଉନସିଲର ମନୋଜ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ଦିର ପରିଚାଳନା କମିଟି ସଭାପତି ଟୁକୁ ପ୍ରଧାନ, ଲୋକନାଥ ସାହୁ, ଭାସ୍କର ଚନ୍ଦ୍ର ରାଉତରାୟ, ପ୍ରମୋଦ କୁମର ଜେନା, ଅଶ୍ୱିନୀ କୁମାର ଜେନା, ଦୁଲାଳସେନ ସ୍ୱାଇଁ, ଭୀମସେନ ବିଶ୍ୱାଳ, ରାଜ କିଶୋର ସାମନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Comments are closed.