ଫୁଲବାଣୀ: ଡ୍ରାଇଭର ଏକତା ମହାମଞ୍ଚ ତାରଫୁରୁ ରାଜ୍ୟ ବ୍ୟାପି ଡ୍ରାଇଭର ଧର୍ମଘଟ ଏବଂ ଅଖଚକ ବନ୍ଦ ନେଇ ଆଜି କନ୍ଧମାଳ ଜିଲ୍ଲା ଡ୍ରାଇଭର ଏକତା ମଞ୍ଚ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ ଅଛି ଯେ ଡ୍ରାଇଭର ମାନଙ୍କ ସୁରକ୍ଷା,ସମ୍ମାନ ଓ ଅଧିକାର ପାଇଁ ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟ ବ୍ୟାପି ଡ୍ରାଇଭର ଧର୍ମଘଟ ଏବଂ ଅଖଚକ ବନ୍ଦ ଡାକରା ଦେଉଛନ୍ତି। ଏନେଇ କନ୍ଧମାଳ ଜିଲ୍ଲା ଡ୍ରାଇଭର ମହାମଞ୍ଚର ସମ୍ପାଦକ ବଳରାମ ନାୟକ ଏବଂ ଫୁଲବାଣୀ ବ୍ଳକର ରମା କାନ୍ତ ଦିଗାଲଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
Popular Categories



