www.samajalive.in
Sunday, December 14, 2025
26.1 C
Bhubaneswar

ଏମିତି ଚାଲିଛି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା,ଡାଏଲିସିସ ହୋଇନପାରି ରୋଗୀ ମୃତ

ପାଟଣା: ଜିଲ୍ଲାପାଳଙ୍କ ପାଖରେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତିଶୁତି ସତ୍ତ୍ୱେ ଜଣେ କିଡନୀ ରୋଗୀଙ୍କର ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ ହୋଇନପାରିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଘଟଗାଁ ବ୍ଲକ ମୁକ୍ତାପୁର ପଞ୍ଚାୟତ ଡଳଙ୍ଗପାଣି ଗ୍ରାମର ଅବସରପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଖଗେଶ୍ବର ନାଏକ (୭୭) ବୋଲି ଜଣାପଡିଛି। ଖବରରୁ ପ୍ରକାଶ ଯେ ଡଳଙ୍ଗପାଣି ଗ୍ରାମର ଖଗେଶ୍ବର ନାଏକ କିଡନୀ ଆକ୍ରାନ୍ତ ଥିବାରୁ ଗତ ୮ ବର୍ଷ ହେଲା ଡାଏଲିସିସ କରାଇ ଆସୁଥିଲେ। ପ୍ରତି ସପ୍ତାହରେ ତାଙ୍କର ୨ ଥର ଡାଏଲିସିସ କରାଯାଉଥିଲା ଓ ସେ ଗତକାଲି କେନ୍ଦୁଝରରେ ଜିଲ୍ଲା ପ୍ରଶାସନ ସିଲ କରିଥିବା ସନରାଇଜ ହସ୍ପିଟାଲରେ ନିୟମିତ ଡାଏଲିସିସ କରାଇ ଆସୁଥିଲେ। ଗତକାଲି ସେ ସନରାଇଜ ହସ୍ପିଟାଲ ଯାଇଥିଲେ ମଧ୍ୟ ତାଙ୍କୁ ଜିଲ୍ଲାପ୍ରଶାସନ ସିଲ୍ କରିବା ଲକ୍ଷ୍ୟରେ ଥିବାରୁ ଖଗେଶ୍ବରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ କରାଇବାକୁ ପରାମର୍ଶ ଦେବା ସହ ସିଡିଏମଓ ଙ୍କୁ ମଧ୍ୟ ସୂଚନା ଦେଇଥିଲେ। ହେଲେ ଆଜି ଖଗେଶ୍ବରଙ୍କୁ ତାଙ୍କ ଝିଅ ସକାଳ ୮ ଟା ସମୟରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଡାଏଲିସିସ ପାଇଁ ନେଇଥିଲେ ମଧ୍ୟ ତାଙ୍କୁ ଦାୟିତ୍ୱରେ ଥିବା ଅଧିକାରୀ କିଛି ଡାକ୍ତରୀ ପରୀକ୍ଷା ପାଇଁ ଚିଠା ଧରାଇଦେବା ସହ ଶନିବାର ୪ ଟା ବେଳେ ଆସିବାକୁ କହି ଫେରାଇ ଦେଇଥିଲେ। ଡାକ୍ତରଖାନାରୁ ଫେରିବା ପରେ ଖଗେଶ୍ୱର ମାନସିକ ଭାରସାମ୍ୟ ହରାଇ ଦିନ ସାଢ଼େ ୧୦ଟା ସମୟରେ ମୃତ୍ୟୁ ବରଣ କରିଛନ୍ତି ବୋଲି ତାଙ୍କ ପରିବାର ଅଭିଯୋଗ ଆଣିଛନ୍ତି। ଖଗେଶ୍ୱରଙ୍କ ମର ଶରୀର ଗ୍ରାମକୁ ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories