www.samajalive.in
Monday, December 15, 2025
27.1 C
Bhubaneswar

ବିଜୁ ପଟ୍ଟନାୟକ କପ୍‌‌ କ୍ରିକେଟ, ଫାଇନାଲରେ ହିନ୍ଦୁସ୍ତାନ ସ୍ପୋର୍ଟିଂ

ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଶଂକରପୁର ଠାରେ ଜୟଦୁର୍ଗା କ୍ଲବ ଆନୁକୁଲ୍ୟରେ ଚାଲିଥିବା ଆନ୍ତଃଜିଲ୍ଲା ବିଜୁ ପଟ୍ଟନାୟକ କପ୍‌‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଷଷ୍ଠ ଦିନରେ ବାଲାବାବା କେନ୍ଦ୍ରାପଡ଼ା ଓ ଜଗତସିଂପୁରର ହିନ୍ଦୁସ୍ତାନ ସ୍ପୋର୍ଟିଂ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍‌‌ ଅନୁଷ୍ଠିତ ହୋଇଥିଲା। ସାମାଜିକକର୍ମୀ ନରେନ୍ଦ୍ର କୁମାର ବେହେରା ମ୍ୟାଚ୍‌‌କୁ ଉଦ୍‌‌ଘାଟନ କରିଥିଲେ। ଏଥିରେ ହିନ୍ଦୁସ୍ତାନ ସ୍ପୋର୍ଟିଂ ବିଜୟ ହାସଲ କରି ଫାଇନାଲକୁ ଉନ୍ନିତ ହୋଇଛି। ହିନ୍ଦୁସ୍ତାନ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୩୦ ଓଭରରେ ୧ ଉଇକେଟ ବିନିମୟରେ ୩୭୭ରନ୍‌‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସତ୍ୟରଞ୍ଜନ ସେନାପତି ସର୍ବାଧିକ ୧୭୧ , ଏସ୍‌‌.ଏ.ଖାନ ୧୩୧ ଓ କିଶାନ ରଥ ୬୭ରନ ସଂଗ୍ରହ କରିଥିଲେ। ଜବାବରେ ବାଲାବାବା ୧୬ ଓଭର ଖେଳି ସମସ୍ତ ୱିକେଟ ହରାଇ ମାତ୍ର ୧୨୫ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ମ୍ୟାଚକୁ ସୁନୀଲ ଚନ୍ଦ୍ର ରାଉତ, ରଞ୍ଜନ ପରିଡ଼ା, କାହ୍ନୁ ଚରଣ ଓଝା, ଅଭିରାମ ଲେଙ୍କା, ରମେଶ ହାତୀ ପ୍ରମୁଖ ପରିଚାଳନା କରିଥିଲେ। ଶନିବାର ଏକ ମହିଳା ପ୍ରଦର୍ଶନୀ ମ୍ୟାଚ୍‌‌ ରାଜଧାନୀର ପ୍ରଜାପତି ଓ କିଟର ଲାଲଗୋଲାପ ମଧ୍ୟରେ ଅନୁଷ୍ଠିତ ହେବା ସହିତ ରବିବାର ଦିନ ଫାଇନାଲ ମ୍ୟାଚ୍‌‌ ଅନୁଷ୍ଠିତ ହେବ ବୋଲି କ୍ଲବ କର୍ମକର୍ତ୍ତାଙ୍କ ସୁତ୍ରରୁ ପ୍ରକାଶ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories