www.samajalive.in
Thursday, December 11, 2025
26.1 C
Bhubaneswar

ରାସ୍ତାରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

ଚୌଦ୍ୱାର: ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ଥାନା ସମ୍ମୁଖରେ ଶୁକ୍ରବାର ଦିନ ପ୍ରୟ ୨ଟା ସମୟରେ ଜଣେ ବୃଦ୍ଧ ହଠାତ୍‌‌ ରାସ୍ତାରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ପୌରପାଳିକା ୪ନମ୍ବର ୱାର୍ଡ଼ ଶବର ସାହିର ପ୍ରଫୁଲ୍ଲ ଦେହୁରୀ (୭୫)। ପ୍ରତ୍ୟକ୍ଷଦର୍ଶୀଙ୍କ ସୁତ୍ରରୁ ପ୍ରକାଶଯେ ପ୍ରଫୁଲ୍ଲ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ପ୍ରଚଣ୍ଡ ଖରା ସହି ନପାରି ହଠାତ୍‌‌ ରାସ୍ତା ଉପରେ ଗଳି ପଡ଼ିଥିଲେ। ସେହି ବାଟ ଦେଇ ଯାଉଥିବା ୧୭ ନମ୍ବର ୱାର୍ଡ଼ କାଉନ୍‌‌ସିଲର ଆଶୁତୋଷ ଦାସ ଏବଂ ସାମ୍ବାଦିକ ଅଜିତ୍‌‌ କୁମାର ସ୍ୱାଇଁ ତାଙ୍କୁ ଉଦ୍ଧାର କରି ପାଣି ଛିଞ୍ଚବା ସହିତ ସ୍ଥାନୀୟ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ। ପରେ ଆମ୍ବୁଲାନ୍ସ୍‌‌ରେ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ ହେଁ ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories