www.samajalive.in
Monday, December 15, 2025
27.1 C
Bhubaneswar

ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ନିଶୁଳ୍କ ସିଟି ସ୍କାନ୍‌‌ ସେବା ଲୋର୍କାର୍ପିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଚିକିତ୍ସାଳୟର ପୁରାତନ ସ୍ତ୍ରୀ ଓ ପ୍ରସୂତି ବିଭାଗ ଠାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ସରକାରଙ୍କ ଅନୁଦାନ ତଥା ସହଯୋଗରେ ସ୍ପନ୍ଦନ ଡାଇ ଗ୍ନୋଷ୍ଟିକ୍‌‌ ସର୍ଭିସେସ୍‌‌, ଭୁବନେଶ୍ୱର ଦ୍ୱାରା ନିଶୁଳ୍କ ସିଟି ସ୍କାନ୍‌‌ ସେବାର ଲୋର୍କାପିତ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌‌ ଯୋଗଦେଇ ଏହାର ଶୁଭ ଉଦ୍‌‌ଘାଟନ କରିଥିଲେ। ଏହି ଅବସରରେ ସାଂସଦ କହିଲେ ଜିଲ୍ଲା ସଦରମହକୁମା ଫୁଲବାଣୀରେ ଲୋର୍କାପିତ ହୋଇଥିବା ସିଟି ସ୍କାନ୍‌‌ ବହୁତ ବଡ଼ ଏବଂ ଉନ୍ନତମାନର। ଜିଲ୍ଲାବାସୀ ତଥା ଫୁଲବାଣୀବାସୀଙ୍କର ଏହା ବହୁ ଦିନର ସ୍ୱପ୍ନ ଥିଲା। ତାହା ଆଜି ସାକାର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ହେବା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ନେଉଥିବା ପଦକ୍ଷେପ ଗୁଡ଼ିକ ଅତୁଳନୀୟ। କନ୍ଧମାଳ ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟ ସେବାପାଇଁ ମଧ୍ୟ ଭଲ ପଦକ୍ଷେପମାନ ନେଉଛନ୍ତି। ସିଟି ସ୍କାନ୍‌‌ ପାଇଁ ଲୋକମାନଙ୍କୁ ଟଙ୍କା ଦେବାକୁ ପଡ଼ିବ ନାହିଁ ଏବଂ ଦିବା ରାତ୍ର ୨୪ ଘଣ୍ଟିଆ ସେବା ପାଇପାରିବେ। ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ସାଂସଦ ଡଃ.ସାମନ୍ତ କହିଥିଲେ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories