www.samajalive.in
Sunday, December 14, 2025
19.1 C
Bhubaneswar

୧୫୫ କିଲୋ ଗଞ୍ଜେଇ ଜବତ, ଜଣେ ମାଫିଆ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସ ପୁଣି ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅଭିଯୁକ୍ତ ପାଖରୁ ପୋଲିସ ୧୫୫ କିଲୋ ଗଞ୍ଜେଇ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ଫିରିଙ୍ଗିଆ ବ୍ଲକ କାଶିନୀ ପଦର ପଞ୍ଚାୟତ ଗୋପୀଙ୍ଗିଆ ଗାଁର ସଂଜୀବ କହଁର ବୋଲି ଜଣାପଡିଛି। ତେବେ ପୋଲିସ ସୂଚନା ଅନୁସାରେ ଗତକାଲି ଦିନ ଦ୍ବିପ୍ରହରରେ ଫିରିଙ୍ଗିଆ ଗୋଛାପଡା ରାସ୍ତାର ମୁସେଲିପାଙ୍ଗା ଗାଁ ନିକଟ ମୁଖ୍ୟ ରାସ୍ତାରେ କିଛି ଗଞ୍ଜେଇ ମାଫିଆ ବାହାର ଜିଲ୍ଲାକୁ ଗଞ୍ଜେଇ ଚାଲାଣ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ପୋଲିସକୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା ଓ ସୂଚନା ଆଧାରରେ ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ସହ ଏକ ଟିମ ଉକ୍ତ ଜାଗାରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୋଲିସକୁ ଦେଖି ସମସ୍ତ ଗଂଜେଇ ମାଫିଆ ଜବତ ଗଂଜେଇ ଛାଡି ଫେରାର ମାରିଥିବା ବେଳେ ଜଣକୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ। ତେବେ ଏହି ଘଟଣା ସକ୍ରାନ୍ତରେ ଗୋଛାପଡା ପୋଲିସ ୨୭/୨୦୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗଞ୍ଜେଇ ମାଫିଆକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅଭିଯୁକର ମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ରଞ୍ଜିତ କୁମାର ମୁନି।

ଅନ୍ୟପଟେ ସାରା ଜିଲ୍ଲାରେ ଅପରେସନ ନୀଳ ଜହର ବା ଗଂଜେଇ କଟା ଅଭିଯାନ ଜାରି ରହିଥିବା ବେଳେ କିଛି ଦିନର ନୀରବତା ପରେ ଶନିବାର ପୁଣି ଗୋଛାପଡା ପୋଲିସ ପ୍ରାୟ ୪୨ ଏକର ପରିମିତ ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଂଜେଇ ଗଛ ଗୁଡିକୁ କାଟି ଜାଳିପୋଡି ନଷ୍ଟ କରିଦେଇଛି। ସୂଚନା ଅନୁସାରେ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ସହ ତାଙ୍କ ଟିମ ଓ ଅବକାରୀ ବିଭାଗର କର୍ମଚାରୀ ମାନଙ୍କ ସହଯୋଗରେ ଗୋଛାପଡା ପଞ୍ଚାୟତ ପଣସମୁଣ୍ଡା ଓ ଜମ୍ବୁଗଟା ଅଂଚଳରେ ଚଢ଼ାଉ କରି ଏହି ସବୁ ଗଂଜେଇ ଗଛ ଗୁଡିକୁ ନଷ୍ଟ କରି ଦିଆଯାଇଥିବା ବେଳେ ଏହି ଗଂଜେଇ ଗଛ କଟକୁ ନେଇ ଗୋଛାପଡା ଥାନାରେ ୨୮/୨୦୨୩ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଏହି ଅଭିଯାନରେ ପ୍ରାୟ ୩୦ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories