www.samajalive.in
Saturday, December 13, 2025
26.1 C
Bhubaneswar

ଶିବରାତ୍ରିରେ ବଡ଼ମ୍ବାର ପୁରପଲ୍ଲୀରେ ଶୈବପୀଠ ଉତ୍ସବମୁଖର

ବଡ଼ମ୍ବା: ଶ୍ରଦ୍ଧା ଓ ଭକ୍ତି ସହକାରେ ବଡ଼ମ୍ବାର ପୁରପଲ୍ଲୀରେ ଥିବା ପ୍ରମୁଖ ଶୈବପୀଠରେ ମହାଶିବରାତ୍ରି ଉତ୍ସବ ଜାକଜମକରେ ପାଳନ କରାଯାଇଛି। ପ୍ରତ୍ୟୁଷରୁ ଶିବାଳୟମାନଙ୍କରେ ମହାପ୍ରଭୁଙ୍କ ଦେବନୀତି ଯଥାବିଧି ସେବାୟତଙ୍କ ଦ୍ୱାରା କରାଯାଇଛି। ନିଷ୍ଠାର ସହିତ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ,ଶକ୍ତିରେ ଜଳାଶୟ କରିବାସହ ବ୍ରତଧାରୀମାନେ ଶ୍ରଦ୍ଧାପୂର୍ବକ ମନ୍ଦିରରେ ଜାଗର ଦୀପ ଜାଳିଛନ୍ତି। ମହୁଲିଆର ସ୍ୱପ୍ନେଶ୍ୱର ଦେବ, ଶଂଖାମେରୀର ସ୍ୱପ୍ନେଶ୍ୱର ମହାଦେବ, ସୁନାପାଳର କୋଲେଶ୍ୱର ମହାଦେବ, ଦିନିଆରୀର ଭୋଲେଶ୍ୱର ମହାଦେବଙ୍କ ପୀଠ ଆଦିରେ ମହାଶିବରାତ୍ରି ଉପଲକ୍ଷେ ପାରମ୍ପାରିକ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି।

ସେହିଭଳି ବଡ଼ମ୍ବା ସହର ବିଜେ ଶ୍ରୀ ଲୋକନାଥ ଦେବ, ସ୍ୱପ୍ନେଶ୍ୱର ଦେବ, ରାଧାକାନ୍ତ ମନ୍ଦିର ବିଜେ କାଶିବିଶ୍ୱନାଥ ଦେବ, ରାଜବାଟି ବିଜେ ଚନ୍ଦ୍ରଶେଖର ଦେବ, ହାଟ ବିଜେ ନୀଳକଣ୍ଠେଶ୍ୱର (ଆଡ଼ିଆ) ମହାଦେବ, କଚେରୀ ବିଜେ ବେଲେଶ୍ୱର ଦେବ ଏବଂ ତେଲିସାହି ବିଜେ ନୀଳକଣ୍ଠେଶ୍ୱର ମହାଦେବଙ୍କ ପୀଠରେ ସୁନ୍ଦର ସାଜସଜ୍ଜା ସହିତ ମହାଶିବରାତ୍ରି ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି। ସମବେତ ଶ୍ରଦ୍ଧାଳୁ ଦିନତମାମ ଦେବଦର୍ଶନ କରିବାସହ ସଂଧ୍ୟା ପରଠୁ ମନ୍ଦିର ବେଢ଼ାରେ ଭକ୍ତି ସହକାରେ ଜାଗର ଦୀପ ଜାଳୁଛନ୍ତି। ମାଣିଆବନ୍ଧ ବିଜେ ବାଲୁଙ୍କେଶ୍ୱର ମହାଦେବ, ମଙ୍ଗରାଜପୁର ବାବା ଲଡ଼ୁକେଶ୍ୱର ଦେବ, ଦେଉଳୀ ବିଜେ କପିଳେଶ୍ୱର ଦେବ, ଗଡ଼଼ାପୋଖରୀ ବିଜେ ବାଲୁଙ୍କେଶ୍ୱର ଦେବ, ବଡ଼କମ୍ବିଲୋ ବିଜେ ଖରାଖିଆ ମହାଦେବଙ୍କ ପୀଠରେ ଜାଗର ଅବସରରେ ବହୁ ଭକ୍ତଙ୍କ ସମାଗମ ସାଙ୍ଗକୁ ଶ୍ରଦ୍ଧାଳୁମାନେ ଭକ୍ତି ସହକାରେ ଜାଗର ଦୀପ ଜାଳୁଥିବା ଜଣାଯାଇଛି। ଜାଗର ଅବସରରେ ଶଂଖାମେରୀ ବିଜେ ସ୍ୱପ୍ନେଶ୍ୱର ମହାଦେବ, ସୁନାପାଳ ବିଜେ କୋଲେଶ୍ୱର ମହାଦେବ ଏବଂ ଦିନିଆରୀ ବିଜେ ଭୋଳେଶ୍ୱରଙ୍କ ପୀଠରେ ଭଜନ ସମାରୋହ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୁନାପାଳ ଯାତ୍ରାରେ ଅନେକ ମନହରି ଦୋକାନ ବଜାର ଖୋଲା ଯାଇଥିବା ବେଳେ ମହାଦୀପ ଉଠିବା ପୂର୍ବରୁ ବଡ଼ମ୍ବାରେ ପାରମ୍ପରିକ ଜାଗର ପଟ୍ଟୁଆର କରାଯାଇଥିଲା। ପାଲିଙ୍କିରେ ରାଜନଅର ବିଜେ ଚନ୍ଦ୍ରଶେଖର ଦେବଙ୍କ ବିଜେପ୍ରତିମାକୁ ଆକର୍ଷଣୀୟ ପଟ୍ଟୁଆରେ ନଗର ପରିକ୍ରମା କରାଯିବାରେ ଶେଷରେ ପ୍ରାୟ ମଧ୍ୟରାତ୍ର ସମୟକୁ ସ୍ୱପ୍ନେଶ୍ୱର ଦେବଙ୍କ ମହାଦୀପ ଉଠିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories