www.samajalive.in
Sunday, December 7, 2025
18.1 C
Bhubaneswar

କାଞ୍ଚଲି ଗାଁରେ ବାଘ ଆତଙ୍କ

ଲାଞ୍ଜିଗଡ଼: ଧିରେ ଧିରେ ବାଘ ସଂଖ୍ୟା ଲୋପ ପାଇବାକୁ ବସିଥିବାବେଳେ ଏହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ପରିବେଶବିତମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି। ଅପରପକ୍ଷେ, କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ତଥା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ କିଡ଼ିଙ୍ଗ ସଂରକ୍ଷିତ ଜଙ୍ଗଲର କାଞ୍ଚଲି ଗାଁ ନିକଟରେ ବାଘ ଆକ୍ରମଣରେ ଗୋଟିଏ ଗାଈ ଓ ଗୋଟିଏ ବଳଦର ମୃତ୍ୟୁ ହେବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କାଞ୍ଚଲି ଗାଁ ତଥା ଏହାର ଆଖପାଖ ଅଞ୍ଚଳରେ ବାଘର ଉପସ୍ଥିତିକୁ ନେଇ କୋକୁଆ ଭୟ ଖେଳିଯାଇଥିବା ବେଳେ ଘଟଣା ସଂପର୍କରେ ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୂଚନାନୁଯାୟୀ, କାଂଚଲି ଗାଁର ଧନେ ହରିଜନ ନାମକ ଜଣେ ବ୍ୟକ୍ତିଙ୍କର ଗୋଟିଏ ଗାଈ ଓ ଗୋଟିଏ ବଳଦ ଚରିବାକୁ ଯାଇଥିବା ବେଳେ ତାଙ୍କ ଉପରେ ବାଘ ଆକ୍ରମଣ କରି ମାରି ଦେଇଥିଲା। ଆଜି ଦିନବେଳା ନିଜର ଗୋରୁଗାଈ ଖୋଜିବାକୁ ଯାଇ ଗାଁ ଲୋକେ ଏ ସଂପର୍କରେ ଜାଣିବାକୁ ପାଇଥିଲେ। ଏହାପରେ ବନ ବିଭାଗକୁ ଖବର ଦିଆଯିବା ପରେ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ନରୋତ୍ତମ ମାଝୀଙ୍କ ନେତୃତ୍ୱରେ ସିକେରକୁପା ବନପାଳ ଗିରିଧାରୀ ନାଏକ, ବନରକ୍ଷୀ ତପିମଣି କୁମାର, ବନ କର୍ମଚାରୀ ରାଜ କିଶୋର ନାଏକ, ବିଶ୍ୱମ୍ବର ଗଉଡ, ଚନ୍ଦ୍ରଧ୍ୱଜ ଶବର, ଡେନି ସେନାପତି, ସରୋଜ ପ୍ରଧାନ, ଅଜିତ ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ଅପରପକ୍ଷରେ ପ୍ରାଣୀ ବିଶେଷଜ୍ଞଙ୍କ ଦ୍ୱାରା ମୃତ ଗାଈ ଓ ବଳଦର ବ୍ୟବଚ୍ଛେଦ କରାଯାଇ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories