www.samajalive.in
Sunday, December 7, 2025
23.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିଜେପିର ଗଣଧାରଣା

ନବରଙ୍ଗପୁର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଅନ୍ୟାୟ ଅତ୍ୟାଚାର ବିରୋଧରେ ନବରଙ୍ଗପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ବିଜେପି ପକ୍ଷରୁ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବା ଦିନକୁ ଦିନ ହତ୍ୟା, ଲୁଣ୍ଠନ, ବଳତ୍କାର ମାମଲା ବୃଦ୍ଧି ପାଉଛି । ମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ବିପ୍ରହରରେ ପୁଲିସ ଗୁଳିକରି ହତ୍ୟା କରିଛି । ଏଠି ମନ୍ତ୍ରୀ ସୁରକ୍ଷିତ ନ ଥିବାବେଳେ ସାଧାରଣ ଲୋକ କେତେ ସୁରକ୍ଷିତ ତାହା ସହଜେ ଜଣାପଡୁଛି । ବିଗତ ଦିନରେ ବିଭିନ୍ନ ହତ୍ୟାରେ ଶାସକ ଦଳର ନେତା ଜଡିତ ରହିଛନ୍ତି । କିନ୍ତୁ କୌଣସି ପଦକ୍ଷେପ ନିଆ ଯାଇନି । ବରଂ ଘଟଣାକୁ ଚପାଇ ଦିଆଯାଇଛି ବୋଲି ବିଜେପି କହିବା ସହ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ଏଥିସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ଦାବି କରାଯାଇଛି। ସେହିପରି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ବକ୍ତାମାନେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି ଓ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ସାଂସଦ ଇଂ.ବଳଭଦ୍ର ମାଝିଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲା ସଭାପତି ଜଗଦୀଶ ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ ଓ ଗୋବିନ୍ଦ ଜୈନ, ନବରଙ୍ଗପୁର ନଗରପାଳ କୁନୁ ନାୟକ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଦାସ, ଜିଲା ସମ୍ପାଦକ ରାମ ନାୟକ, ବରିଷ୍ଠ ନେତା ରମେଶ ପଣ୍ଡା, କାଉନସିଲର ମମତା ମହାରଣା, ପୁନମ ସାହୁ, ସମେଶ ଖରା, ନଗର ସଭାପତି ଶ୍ରୀଧର ପାତ୍ର, ମିନତି ପଟ୍ଟନାୟକ, ପର୍ଶୁରାମ ବିଷୋୟୀ ପ୍ରମୁଖ ଶତାଧିକ ବିଜେପି କର୍ମକର୍ତ୍ତା ସାମିଲ ହୋଇଥିଲେ ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories