www.samajalive.in
Monday, December 15, 2025
16.1 C
Bhubaneswar

ମହିଳା ଆଇପିଏଲ୍‌ ନିଲାମ : ମାନ୍ଧାନା ସବୁଠାରୁ ଦାମୀ

ମୁମ୍ବଇ : ମହିଳା ଆଇପିଏଲ୍‌ର ପ୍ରଥମ ସଂସ୍କରଣ ମାର୍ଚ୍ଚ ୪ରୁ ଆରମ୍ଭହୋଇ ୨୬ ପର୍ଯ୍ୟନ୍ତ ଚାଲିବ। ଥିରେ ୫ଟି ଦଳ ଭାଗନେବେ। ମୁମ୍ବଇର ଡି.ୱାଇ. ପାଟିଲ ଓ ବ୍ରାବୋର୍ଣ୍ଣରେ ଟୁର୍ଣ୍ଣାମେଣ୍ଟର ମୋଟ ୨୨ଟି ମ୍ୟାଚ୍‌ ଖେଳାଯିବ। ମହିଳା ଆଇପିଏଲ୍‌ର ଉଦ୍‌ଘାଟନୀ ସଂସ୍କରଣ ପାଇଁ ଖେଳାଳି ନିଲାମ ସୋମବାର ମୁମ୍ବଇରେ ଅନୁଷ୍ଠିତ ହୋଇଯାଇଛି। ୫ଟି ଫ୍ରାଞ୍ଚାଇଜି ମିଳିତ ଭାବେ ୮୭ ଜଣ ମହିଳା କ୍ରିକେଟରଙ୍କୁ କିଣିଛନ୍ତି। ତାରକା ଭାରତୀୟ ବାମହାତି ଓପ୍‌ନର ସ୍ମୃତି ମାନ୍ଧାନା ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି। ମାନ୍ଧାନାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୩ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି।
ମାନ୍ଧାନାଙ୍କ ପରେ ୨ୟ ଦାମୀ ଖେଳାଳି ହେଉଛନ୍ତି ଅଷ୍ଟ୍ରେଲିଆର ଅଲ୍‌ରାଉଣ୍ଡର ଆସ୍‌ଲେ ଗାର୍ଡନର। ତାଙ୍କୁ ଗୁଜରାଟ ଜ୍ୟାଣ୍ଟସ୍‌ ୩.୨୦ କୋଟି ଟଙ୍କାରେ କିଣିଛି। ୩ୟ ଦାମୀ ଖେଳାଳି ଭାବେ ଇଂଲଣ୍ଡର ନାଟ୍‌ ସ୍କାଇଭରଙ୍କୁ ଇଣ୍ଡିଆନ୍‌ସ ୩.୨୦ କୋଟି ଟଙ୍କାରେ କିଣିଛି। ଭାରତୀୟ ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ତାଙ୍କ ରାଜ୍ୟର ଦଳ ୟୁପି ୱାରିୟର୍ସ ୨.୬୦ କୋଟି ଟଙ୍କାରେ କିଣିଛି। ଭାରତୀୟ ବ୍ୟାଟର ଜେମିମା ରଡ୍ରିଗ୍ବେସ୍‌ଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ସ ୨.୨୦ କୋଟି ଟଙ୍କାରେ କିଣିଛି। ଅଷ୍ଟ୍ରେଲିଆର ବେଥ୍‌ ମୁନିଙ୍କୁ ଗୁଜରାଟ ଜ୍ୟାଣ୍ଟସ୍‌ ୨ କୋଟି ଟଙ୍କାରେ କିଣିଛି। ଭାରତୀୟ ଓପ୍‌ନର ଶେଫାଳି ବର୍ମାଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ସ ୨ କୋଟି ଟଙ୍କାରେ କିଣିଛି। ଅନ୍ୟ ଦୁଇ ଭାରତୀୟ ଖେଳାଳି ପୂଜା ବସ୍ତ୍ରାକର ଓ ରିଚା ଘୋଷ ୧.୯୦ କୋଟି ଟଙ୍କାରେ ଯଥାକ୍ରମେ ମୁମ୍ବଇ ଇଣ୍ଡିଆନ୍‌ସ ଓ ଆର୍‌ସିବିରେ ସାମିଲ ହୋଇଛନ୍ତି।
କୌଣସି ଓଡ଼ିଆ ଖେଳାଳି ବିକ୍ରି ହେଲେନାହିଁ
ନିଲାମ ପାଇଁ ଓଡ଼ିଶାରୁ ୭ ଜଣ ଖେଳାଳି ଥିଲେ ହେଁ କୌଣସି ଖେଳାଳି ବିକ୍ରି ହୋଇନାହାନ୍ତି। ଏହି ୭ ଜଣ ହେଲେ ମାଧୁରୀ ମେହେଟ୍ଟା, ରାସନ୍ନାରା ପରୱିନ୍‌, ସୁଜାତା ମଲ୍ଲିକ, ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ଏସ୍‌.ବି. ଲରେନ୍‌ସ ଓ କାଜଲ ଜେନା। ରେଳବାଇ ପାଇଁ ଖେଳୁଥିବା ଓଡ଼ିଶାର ସ୍ବାଗତିକା ରଥ ମଧ୍ୟ ତାଳିକାରେ ଥିଲେ ହେଁ ତାଙ୍କୁ କିଣିବାକୁ କୌଣସି ଫ୍ରାଞ୍ଚାଇଜି ଆଗ୍ରହୀ ହୋଇ ନଥିଲେ।
ବିକ୍ରି ହୋଇଥିବା ମୋଟ ୮୭ ଖେଳାଳିଙ୍କ ମଧ୍ୟରୁ ୨୯ ଜଣ ବିଦେଶୀ ଖେଳାଳି ଅଛନ୍ତି। ବାକି ୫୮ ଜଣ ହେଲେ ଭାରତୀୟ। ସମସ୍ତ ଫ୍ରାଞ୍ଚାଇଜି ସର୍ବାଧିକ ୬ ଜଣ ବିଦେଶୀ ଖେଳାଳିଙ୍କୁ ମିଶାଇ ସର୍ବାଧିକ ୧୮ ଜଣ ଖେଳାଳି କିଣିବାର ଥିବା ବେଳେ ଆର୍‌ସିବି ୫ ଜଣ ବିଦେଶୀଙ୍କୁ କିଣିଛି। ବାକି ୪ଟି ଫ୍ରାଞ୍ଚାଇଜି ୬ ଜଣ ଲେଖାଏଁ ବିଦେଶୀ ଖେଳାଳି କିଣିଛନ୍ତି।
ବିକ୍ରି ହୋଇନଥିବା ପ୍ରମୁଖ କ୍ରିକେଟର
ବିକ୍ରି ହୋଇନଥିବା ପ୍ରମୁଖ ଖେଳାଳି ହେଲେ ନ୍ୟୁଜିଲାଣ୍ଡର ସୁଜି ବେଟ୍‌ସ, ଶ୍ରୀଲଙ୍କାର ଚମାରି ଅଟ୍ଟାପଟୁ, ଦକ୍ଷିଣ ଆଫ୍ରିକାର ଲୌରା ଉଲ୍‌ଭାର୍ଟ, ଇଂଲଣ୍ଡର ଟାମି ବ୍ୟୁମଣ୍ଟ, ଦକ୍ଷିଣ ଆଫ୍ରିକାର ସୁନ୍‌ ଲୁସ୍‌, ଇଂଲଣ୍ଡ ଡ୍ୟାନି ୱାଟ୍‌ ଓ ଆମି ଜୋନ୍‌ସ, ନ୍ୟୁଜିଲାଣ୍ଡର ଲିଆ ତାହୁହୁ, ଅଷ୍ଟ୍ରେଲିଆର ଆଲାନା କିଙ୍ଗ୍‌, ଦକ୍ଷିଣ ଆଫ୍ରିକାର ନାଡିନ୍ ଡି କ୍ଲର୍କ, ଭାରତର ଅର୍ଚ୍ଚନା ଦେବୀ ପ୍ରମୁଖ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories