www.samajalive.in
Monday, December 8, 2025
24.1 C
Bhubaneswar

ମନ୍ତ୍ରିପରିଷଦରେ ବଜେଟ୍ ଚିଠା ପ୍ରସ୍ତାବ ଅନୁମୋଦିତ

ଭୁବନେଶ୍ବର : ଆସନ୍ତା ୨୦୨୩-୨୪ ଆର୍ଥିକବର୍ଷ ଲାଗି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ ବଜେଟ୍ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଲୋକସେବା ଭବନରେ  ଅନୁଷ୍ଠିତ ବୈଠକରେ ସରକାର ଆଗାମୀ ଆର୍ଥିକ ବର୍ଷ ଲାଗି ଅନୁମୋଦନ କରିଥିବା ବଜେଟର ଆକାର ୨ଲକ୍ଷ ୩୦ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ବିଶ୍ବସ୍ତସୂତ୍ରରୁ ସୂଚନା ମିଳିଛି।
ବଜେଟରେ ସାଧାରଣ ଉଦ୍ୟୋଗ ଭଳି କେତେକ ବିଭାଗର ଅଟକଳ କାଣ୍ଟଛାଣ୍ଟ କରାଯାଇ ଥିବାବେଳେ ଆଉ କେତେକ ବିଭାଗର ବଜେଟ୍ ପରିମାଣ ବୃଦ୍ଧି କରାଯାଇଛି। ଚିଠା ପ୍ରସ୍ତାବରେ କୃଷି, ଶିଳ୍ପ, ମିଶନ ଶକ୍ତି, ପଞ୍ଚାୟତିରାଜ, ନଗର ଉନ୍ନୟନ, ପର୍ଯ୍ୟଟନ, ସ୍ବାସ୍ଥ୍ୟ, ପର୍ଯ୍ୟଟନ ଓ ପୂର୍ତ୍ତ ବିଭାଗର ବ୍ୟୟବରାଦ ବୃଦ୍ଧି କରାଯାଇଛି।
୨୦୧୩-୧୪ରେ ପ୍ରଥମ କୃଷି ବଜେଟର ଆକାର ପ୍ରାୟ ୭ହଜାର ୧୬୨କୋଟି ଟଙ୍କା ରହିଥିବାବେଳେ ୨୦୨୨-୨୩ରେ ଏହା ବଢ଼ି ୨୧ହଜାର ୧୬୬କୋଟି ଟଙ୍କା ଛୁଇଁଥିଲା। ଆଗାମୀ ଆର୍ଥିକ ବର୍ଷ ବିଭାଗ ପକ୍ଷରୁ ମିଲେଟ ମିଶନ, ପଣସ ମିଶନ, ଛତୁ ମିଶନ, ମସଲା ମିଶନ ଭଳି କୃଷି ଯାନ୍ତ୍ରିକ ଉପକରଣକୁ ଅଧିକ ଗୁରୁତ୍ବ ଦିଆଯିବାର ସମ୍ଭାବନା ରହିଛି। ସେହିପରି ଆଗାମୀ ବର୍ଷରେ ସାଧାରଣ ନିର୍ବାଚନ ଦୃଷ୍ଟିରୁ ରାଜ୍ୟ ସରକାର ଗ୍ରାମପଞ୍ଚାୟତ ଓ ସହରାଞ୍ଚଳର ବିକାଶକୁ ପ୍ରାଥମିକତା ଦେଇପାରନ୍ତି। ଏହାସହିତ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗ ଓ ପର୍ଯ୍ୟଟନ କ୍ଷେତ୍ରକୁ ତ୍ବରାନ୍ବିତ କରିବା ଲାଗି ରହିଛି।
ସୂଚନାଯୋଗ୍ୟ ଯେ, ଆଗାମୀ ବଜେଟ୍‌ରେ ସରକାର ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହିତ ଜୀବନ ଓ ଜୀବିକା, ଶିକ୍ଷା ବ୍ୟବସ୍ଥାର ରୂପାନ୍ତରୀକରଣ, ପାନୀୟ ଜଳ ଓ ସହରୀ ସୁବିଧା, ଭିତ୍ତିଭୂମି ବିକାଶ, ଶିଳ୍ପ ଓ ଉଦ୍ୟୋଗ ଏବଂ ପୁଞ୍ଜି ନିବେଶ ଉପରେ ବିଶେଷ ଧ୍ୟାନ ଦେବାର ସମ୍ଭାବନା ରହିଛି। ବଜେଟରେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ବ କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟ ବ୍ୟତୀତ, ପ୍ରଶାସନିକ ବ୍ୟୟ ନିମନ୍ତେ ୯୫ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଲାଗି ୫ହଜାର କୋଟି ଟଙ୍କା ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୧୦ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ଅନ୍ୟାନ୍ୟ ଅଟକଳ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଜଣାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories