www.samajalive.in
Saturday, December 13, 2025
23.1 C
Bhubaneswar

ଭାରତରେ ସବୁ କର୍ମଚାରୀଙ୍କୁ ବରଖାସ୍ତ କଲା ଟିକ୍‌ଟକ୍‌

ନୂଆଦିଲ୍ଲୀ: ଚୀନ୍‌ କମ୍ପାନୀ ବାଇଟ୍ ଡ୍ୟାନ୍ସ ଭାରତରେ ତାଙ୍କ ଆପ୍‌ ଟିକ୍‌ଟକ୍‌ର ସବୁ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି। ୨୮ ଫେବୃଆରୀ କମ୍ପାନୀରେ ସେମାନଙ୍କର ଶେଷ କାର୍ଯ୍ୟଦିବସ ବୋଲି କର୍ମଚାରୀଙ୍କୁ କୁହାଯାଇଛି। ଏହା ଛଡା ଚାକିରିରୁ ଛଟେଇ ପାଇଁ କମ୍ପାନୀ ପ୍ରତି କର୍ମଚାରୀଙ୍କୁ ୯ ମାସର ବେତନ ଅଗ୍ରୀମ ଦେବ ବୋଲି ମଧ୍ୟ କହିଛି। ଚଳିତ ସପ୍ତାହ ପ୍ରାରମ୍ଭରେ କମ୍ପାନୀ ପକ୍ଷରୁ ୪୦ ଜଣ କର୍ମଚାରୀଙ୍କୁ ପିଙ୍କ ସ୍ଲିପ୍‌ ଧରାଇ ଦିଆଯାଇଛି। ଛଟେଇ ହେଉଥିବା କର୍ମଚାରୀଙ୍କୁ ନୂଆ ଚାକିରୀ ସନ୍ଧାନ ଲାଗି କମ୍ପାନୀ ପକ୍ଷରୁ କିଛି ସମୟ ମଧ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ସରକାରଙ୍କ ମନବୃତ୍ତି ଯୋଗୁ କମ୍ପାନୀ ଭାରତରେ ପୁଣି ଥରେ କାମ ଆରମ୍ଭ କରିପାରିବନି ବୋଲି କମ୍ପାନୀ କହିଛି। କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ନେଇ ଜୁନ ୨୦୨୦ରେ ଟିକ୍‌ଟକ୍‌ ସମେତ ପାଖାପାଖି ୩୦୦ ଚୀନ୍‌ ଆପକୁ ଭାରତରେ ନିଷିଦ୍ଧ କରିଥିଲେ। ଏହା ପରଠାରୁ କମ୍ପାନୀର ଭାରତ ଅଫିସରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀ ଦୁବାଇ ଓ ବ୍ରାଜିଲର ଗ୍ରାହକଙ୍କ ଲାଗି କାମ କରୁଥିଲେ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories