www.samajalive.in
Wednesday, December 10, 2025
14.1 C
Bhubaneswar

ସୋମବାର ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକ

ଭୁବନେଶ୍ୱର: ରାଜ୍ୟ ବଜେଟ ଅଧିବେଶନ ପୂର୍ବରୁ ଆସନ୍ତା ସୋମବାର ରାଜ୍ୟ କ୍ୟାବିନେଟ୍ ବୈଠକ ସହିତ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାରେ ପ୍ରଥମେ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ। ଏଥିରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତ ବଜେଟକୁ ଅନୁମୋଦନ ଦିଆଯିବ। ଏହାପରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢ଼ୀକରଣ ସହିତ ମିଶନ ଶକ୍ତିରେ ସ୍ବୟଂ ସହାୟକ ଗୋଷ୍ଠୀକୁ ସଶକ୍ତୀକରଣ କରିବା, ସ୍ବାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବା ଓ ପୌରାଞ୍ଚଳର ବିକାଶକୁ ସର୍ବାଧିକ ଗୁରୁତ୍ବ ଦିଆଯିବ। ଏନେଇ ରାଜ୍ୟ କ୍ୟାବିନେଟରେ ପଞ୍ଚାୟତିରାଜ ବିଭାଗ କିଛି ସ୍ବତନ୍ତ୍ର ପ୍ରସ୍ତାବ ଆଣିବ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ଲକ୍ଷ କୋଟି ଟଙ୍କାର ମୂଳ ବଜେଟ ସହିତ ଅତିରିକ୍ତ ବଜେଟକୁ ମିଶାଇ ପ୍ରାୟ ୨ଲକ୍ଷ ୧୬ହଜାର ୮୦୦କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ଏହା କେତେଦୂର କାର୍ଯ୍ୟାନ୍ବୟନ ହୋଇଛି ଏବଂ କେଉଁ ବିଭାଗ କେତେ ଅର୍ଥ ଖର୍ଚ୍ଚ କରିଛନ୍ତି ତା’ର ସମୀକ୍ଷା ଇତିମଧ୍ୟରେ ଶେଷ ହୋଇଛି। ଇତିମଧ୍ୟରେ ବିଭିନ୍ନ ବିଭାଗରୁ ଆସିଥିବା ପ୍ରସ୍ତାବ ଆଧାରରେ ଆଗାମୀ ବଜେଟ ଆକାର ୨ଲକ୍ଷ ୧୦ହଜାର କୋଟି ଟଙ୍କା ଟପିଲାଣି। ଆଗକୁ ଆଉ କେତେକ ବିଭାଗର ପ୍ରସ୍ତାବ ଯୋଡ଼ା ହେବାକୁ ରହିଛି। ସରକାରଙ୍କ ପକ୍ଷରୁ ଚଳିତଥର ପ୍ରାୟ ୧୨ପ୍ରତିଶତ ବଜେଟ ଆକାର ବୃଦ୍ଧି କରିବାକୁ ସରକାର ଅଙ୍କ କଷୁଥିବା ଜଣାଯାଇଛି। ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ପରେ ବଜେଟର ରୂପରେଖ ସ୍ପଷ୍ଟ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories