www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରାଣୀପାଳନ ଅତିରିକ୍ତ ନିର୍ଦ୍ଦେଶକଙ୍କ ହରଭଙ୍ଗା ବ୍ଲକ ପରିଦର୍ଶନ

ହରଭଙ୍ଗା: ପ୍ରାଣୀପାଳନ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଅମିତାଭ ପଣ୍ଡା ସୋମବାର ହରଭଙ୍ଗା ବ୍ଲକ ପରିଦର୍ଶନ କରିଛନ୍ତି । ପ୍ରଥମେ ବ୍ଲକର ଚାରିଛକଠାରେ କାର୍ଯ୍ୟକ୍ଷମ ହେବାକୁ ଥିବା ୫ହଜାର ଲିଟର ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟର କ୍ଷେତ୍ର ପରିଦର୍ଶନ କରିଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗୀ ଯୋଜନାରେ ସାମିଲଥିବା ୨ଟି କୁକୁଡା ଫାର୍ମ, ୨ଟି ଛେଳି ଫାର୍ମ ସହିତ ୨ଟି ମସ୍ତ୍ର‌୍ୟ ପୋଖରୀ ପରିଦର୍ଶନ କରିଥିଲେ । ଶେଷରେ ଲୁଣିବାହାଲ ସ୍ଥିତ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟ ପରିଦର୍ଶନ କରିଥିବା ଜଣାପଡିଛି । ଅତିରିକ୍ତ ନିର୍ଦ୍ଦେଶକଙ୍କ ଗସ୍ତ ସମୟରେ ତାଙ୍କ ସହିତ ଏଡିଭିଓ(ଡି.ସି) ଡାକ୍ତର ପ୍ରଭାଶ କୁମାର ବେହେରା, ଏଡିଭିଓ(ଏଲ.ପି) ଡାକ୍ତର ନିରୋଜ ଚନ୍ଦ୍ର କହଁର, ନୋଡାଲ ଅଫିସର ଡାକ୍ତର ସଂଘମିତ୍ରା ପରମାଣିକ, ହରଭଙ୍ଗା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବିରେନ୍ଦ୍ର କୁମାର ପୃଷ୍ଟି, ପୁରୁଣାକଟକ ପ୍ରାଣୀଚିକିତ୍ସା ଅଧିକାରୀ ଡାକ୍ତର ମିଲିନ ରାଉତ୍‌, ଏମଭିୟୁ ଡାକ୍ତର ପ୍ରତିଭା ପାଢୀ, ପ୍ରାଣୀଧନ ନିରୀକ୍ଷକ ମୁନା ମହାପାତ୍ର ପ୍ରମୁଖ ସାମିଲ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories