www.samajalive.in
Saturday, December 6, 2025
26.1 C
Bhubaneswar

ରାସ୍ତା ମରାମତି କଲେ ସରପଞ୍ଚ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ମୁଖ୍ୟ ରାସ୍ତା ମରାମତି କଲେ ସରପଞ୍ଚ । କୁମ୍ଭାରଗୁଡାଠାରୁ ଥେରୁବାଲି ପର୍ଯ୍ୟନ୍ତ ଆରଡି ବିଭାଗ ପକ୍ଷରୁ କରାଯାଇଥିବା ମୁଖ୍ୟ ରାସ୍ତା ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ଠାରୁ ମନେଇଗୁଡା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି ।ଏହି ରାସ୍ତା ଦେଇ ଛୋଟ ବଡ଼ ଯାନବାହାନ ସହିତ ଯାତ୍ରୀବାହି ବସ ମଧ୍ୟ ଚଳାଚଳ କରୁଛି ।ଏହି ରାସ୍ତାରେ ଛୋଟ ବଡ଼ ଖାଲ ଖମା ହୋଇଥିବା ଯୋଗୁଁ ଖାଲ ଗୁଡିକରେ ବାଇକ ପଡି ଛୋଟ ବଡ଼ ଦୁର୍ଘଟଣା ଘଟିଛି । ଏହି ସବୁ ସୁନାଖଣ୍ଡି ସରପଞ୍ଚ ସଞ୍ଜୟ ନିଶିକା ଙ୍କ ନଜରକୁ ଆସିଥିଲା । ଏହାକୁନେଇ ଆଜି ସରପଞ୍ଚ ଓ କିଛି ଲୋକଙ୍କ ସହାୟତାରେ ରାସ୍ତାରେ ହୋଇଥିବା ଖାଲ ଗୁଡିକରେ ମାଟି ପକାଇ ସମତଳ କରିଥିଲେ । ଯାହା ଦ୍ୱାରା ଯାନବାହନ ସୁରୁଖୁରୁରେ ଚଳାଚଳ କରିପାରିବ । ସରପଞ୍ଚଙ୍କ ଏହିଭଳି କାର୍ଯ୍ୟ କରିଥିବା ଯୋଗୁଁ ପଞ୍ଚାୟତ ଓ ବ୍ଲକ ବାସୀ ପ୍ରଶଂସା କରିଥିଲେ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories