ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେଲେ ପ୍ରଯୋଜକ ଅକ୍ଷୟ ପରିଜା

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା। ବ୍ଲାକମେଲିଂ, ହନିଟ୍ରାପ୍ ଓ ବେଆଇନ ଅର୍ଥ କାରବାର ମାମଲାରେ ସେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି।

prayash

ଏଠାରେ ସୂଚନାଯୋଗ୍ୟ, ପୂର୍ବରୁ ଥରେ ନୋଟିସ୍‌ ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଅକ୍ଷୟ ଇଡିରେ ହାଜର ହୋଇ ନଥିଲେ। ତାଙ୍କ ପରିବର୍ତ୍ତେ ଓକିଲ ଆକାଶ ଭୂୟାଁ ହାଜର ହୋଇଥିଲେ। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଅକ୍ଷୟ ପରିଜାଙ୍କୁ ଆଉ କିଛି ଦିନ ସମୟ ଦେବାକୁ ପ୍ରବର୍ତ୍ତନ ନିର୍ଦେଶାଳୟରେ କହିଥିଲେ ଓକିଲ ଆକାଶ ଭୂୟାଁ।

kalyan agarbati

Comments are closed.