www.samajalive.in
Saturday, December 6, 2025
26.1 C
Bhubaneswar

୮ଦଫା ଦାବି ନେଇ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡ଼ି କର୍ମୀଙ୍କ ଧାରଣା

କଲ୍ୟାଣସିଂହପୁର: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ ଡାକରାରେ ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ଆଠ ଦଫା ଦାବି ନେଇ ଧାରଣାରେ ବସିଛନ୍ତି । ଅଙ୍ଗନୱାଡି କର୍ମୀ ଦୀର୍ଘ ୪୭ ଧରି ନିରବଚ୍ଛିନ୍ନ ଭାବେ ସରକାରଙ୍କ ସମସ୍ତ କାର୍ଯ୍ୟ ସୂଚରୁ ରୂପେ ସମ୍ପାଦନ କରିଆସୁଛନ୍ତି । ୬ଗୋଟି କାର୍ଯ୍ୟକୁ ନେଇ ପ୍ରାରମ୍ଭ ହୋଇଥିବା ସମନ୍ୱିତ ଶିଶୁ ବିକାଶ ଯୋଜନାଟି ବର୍ତ୍ତମାନ ସମସ୍ତ ଜନମଙ୍ଗଳ କାର୍ଯ୍ୟକୁ ତୁଲାଇଆସୁଛନ୍ତି । ବିଗତ ବର୍ଷ କରୋନା ସମୟରେ ଅଙ୍ଗନୱାଡ଼ି କର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ସରକାରଙ୍କ ନିର୍ଦେଶକ୍ରମେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରି କରୋନା ରୋଗୀ ଚିହ୍ନଟ କରିଥିଲେ । ସେମାନଙ୍କୁ କରୋନା ଯୋଦ୍ଧା ସହାୟତା ରାଶି ଆଜି ସୁଦ୍ଧା କାହାରିକୁ ମିଳିପାରିନାହିଁ । ବିଭିନ୍ନ ସମସ୍ୟାକୁ ନେଇ ୨୦୨୧ ମସିହା ଡିସେମ୍ବର ମାସ ୬ତାରିଖରେ ବିଧାନସଭା ନିକଟରେ ଧାରଣା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେତେବେଳେ ସରକାର ସମୟ ନେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଦାବି ପୂରଣ କରିନଥିଲେ । ପୁଣି ବର୍ତ୍ତମାନ ସଂଘ ପକ୍ଷରୁ ୨୦୨୨ମସିହା ନଭେମ୍ବର ମାସ ୨୧ ତାରିଖରେ ବିଧାନସଭା  ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ସେଥି ଯୋଗୁ ପ୍ରତ୍ୟେକ ବ୍ଲକରେ ମଧ୍ୟ କର୍ମୀମାନେ କାର‌୍ୟ୍ୟ ବନ୍ଦ କରି ନିଜ ନିଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସେମାନଙ୍କ ଆଠ ଦଫା ଦାବି ହେଲା ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା, ମାସିକ୧୮୦୦୦ଟଙ୍କା ଦରମା ଓ ସହାୟିକାଙ୍କୁ ୧୦୦୦୦ଟଙ୍କା ବେତନ ପ୍ରଦାନ, ମିନି ଅଙ୍ଗନୱାଡିଙ୍କୁ ମୁଖ୍ୟ ଅଙ୍ଗନୱାଡି ଭାବରେ ଘୋଷଣା, କର୍ମୀଙ୍କୁ ଇପିଏଫ, ଇଏସଆଇସି ଓ ଗ୍ରାଜୁଏଟ ଲାଗୁ କରିବା, ସମସ୍ତଙ୍କୁ ପ୍ରି-ପ୍ରାଇମେରୀ ଶିକ୍ଷୟିତ୍ରୀ ମାନ୍ୟତା ପ୍ରଦାନ, ସହାୟିକାମାନଙ୍କୁ ଅଗ୍ରାଧିକାର ଭିତ୍ତିକ ଅଙ୍ଗନୱାଡି ଭାବରେ ପଦନ୍ନତି, ୫୦ଭାଗ ବାହାରୁ ସିଧା ଭାବରେ ନେଉଥିବା ସୁପଭାଇଜର ପଦବୀକୁ ଗ୍ରାଜୁଏଟ ବା ତା’ଠାରୁ ଅଧିକା ଯୋଗ୍ୟତା ଥିବା କର୍ମୀଙ୍କୁ ପଦୋନ୍ନତି ଦିଆଯାଉ ବୋଲି ଦାବି କରିଛନ୍ତି । ଏହା ପୁରାଣ କରା ନଗଲେ ଅନିର୍ଦିଷ୍ଟ କାଳ ପର‌୍ୟ୍ୟନ୍ତ ଧାରଣାରେ ବସିବୁ ବୋଲି ଅଙ୍ଗନୱାଡି କର୍ମୀ ମାନେ କହିଛନ୍ତି । ଏଥିରେ ଅଙ୍ଗନୱାଡି କର୍ମୀ, ମିନି ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories