www.samajalive.in
Monday, December 15, 2025
24.1 C
Bhubaneswar

ନାଗେଶ୍ୱର ରାଓଙ୍କ ବିରୋଧରେ ରହିଛି ଦୁର୍ନୀତି ମାମଲା

ନୂଆଦିଲ୍ଲୀ : ସଙ୍କଟ ସମୟରେ ସିବିଆଇକୁ ପୁନଃ ବ୍ୟବସ୍ଥିତ କରିବା ଲାଗି ଏହାର ଅନ୍ତରୀଣ ନିର୍ଦେଶକ ଭାବେ ନିଯୁକ୍ତ ୧୯୮୬ ବ୍ୟାଚ୍‍ ଆଇପିଏସ୍‍ ଏମ୍‍. ନାଗେଶ୍ୱର ରାଓ ମଧ୍ୟ ଦୁର୍ନୀତି ଅଭିଯୋଗର କଳାଛିଟାରୁ ବର୍ତ୍ତି ନାହାନ୍ତି। ଅଭିଯୋଗ ଅନୁସାରେ ରାଓ ଚେନ୍ନଇ ଜୋନ ମୁଖ୍ୟ ଥିବା ବେଳେ ଚେନ୍ନଇ କମ୍ପାନୀ ଭିଜିଏନ୍‍ ଡେଭଲପରସକୁ କମ୍‍ ମୂଲ୍ୟରେ ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କର ଜମି ବିକ୍ରୟ କରାଯାଇଥିଲା। ଏହାଦ୍ୱାରା ବ୍ୟାପକ ରାଜସ୍ୱ ହାନୀ ହୋଇଥିଲେ ମଧ୍ୟ ରାଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ଏହି କାରଣରୁ ଡିଏମ୍‍କେ ନେତା ଏମ୍‍. କେ. ଷ୍ଟାଲିନ୍‍ ସିବିଆଇ ଅଧିକାରୀ ଭାବେ ରାଓଙ୍କ ପଦୋନ୍ନତିକୁ ବିରୋଧ କରିଥିଲେ। ସେହିଭଳି ରାଓ ସିବିଆଇ ଯୁଗ୍ମ ନିର୍ଦେଶକ ଥିବା ବେଳେ ଚଳିତବର୍ଷ ପ୍ରାରମ୍ଭରେ ‘ସମୟପୂର୍ବରୁ ନାଗେଶ୍ୱର ରାଓଙ୍କ ସ୍ୱଦେଶ ଫରାଇ ଦିଆଯାଛି’ ଶୀର୍ଷକ ଏକ ଫାଇଲ ନିରାପତ୍ତା ସମ୍ବନ୍ଧୀୟ କ୍ୟାବିନେଟ୍‍ କମିଟି ନିକଟକୁ ପଠାଯାଇଥିଲା। ବିଭିନ୍ନ ଅଭିଯୋଗକୁ ଭିତ୍ତି କରି ରାଓଙ୍କୁ ଓଡ଼ିଶା ଫେରାଇ ଦିଆଯାଇଥିବା ସେଥିରେ ଉଲ୍ଲେଖ ଥିଲା। ଅଭିଯୋଗ ଅନୁଯାୟୀ ରାଓ ଦିଲ୍ଲୀସ୍ଥିତ ନିଜ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ ବନ୍ଦ କରିଦେଇଥିଲେ। ଆୟକର ବିଭାଗର ୭୦ ଜଣ ଅଧିକାରୀଙ୍କ ବିରୋଧରେ ଥିବା ମାମଲାର ତଦନ୍ତରେ ରାଓ ବାଧା ସୃଷ୍ଟି କରିଥିଲେ। ଏପରିକି ନିଜର ବାର୍ଷିକ ଆୟକର ସମ୍ବନ୍ଧରେ ମିଥ୍ୟା ତଥ୍ୟ ଉପସ୍ଥାପନ କରିଥିବା ନେଇ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ରହିଛି।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories