www.samajalive.in
Monday, December 15, 2025
16.1 C
Bhubaneswar

ନବଜ୍ୟୋତି ଯୁବକସଂଘ ଆନୁକୂଲ୍ୟରେ କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ବଡ଼ସାହି : ନବଜ୍ୟୋତି ଯୁବକସଂଘ ଆନୁକୂଲ୍ୟରେ ଦେଉଳିଆ ଠାରେ ଅନୁଷ୍ଠିତ ୨୦ତମ ଲକ୍ଷ୍ମୀପୂଜା ଓ କୁମାର ଉତ୍ସବ ସମାରୋହ ଗୁରୁବାର ରାତିରେ ଉଦ୍‍ଯାପିତ ହୋଇଯାଇଛି। କୁମାର ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଶିକ୍ଷକ ହାଡିବନ୍ଧୁ ମହାପାତ୍ର ଓ ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଆଧୁନିକତାର ଛାପରେ କୁମାର ଉତ୍ସବର ମହତ୍ତ୍ୱ ଧିରେ ଧିରେ ଲୋପ ପାଇବାକୁ ବସୁଥିବା ବେଳେ ୨୦ବର୍ଷ ଧରି କ୍ଳବ ପକ୍ଷରୁ ଚାଲିଥିବା କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ଦେଉଳିଆ ଗ୍ରାମର ଡାକ୍ତରୀ ଛାତ୍ର ଅମ୍ବୁଯାକ୍ଷ ବେହେରା ଓ ଡାକ୍ତର ଭାବେ ଅର୍ଚ୍ଚନା ସିଂଙ୍କୁ ଅତିଥିମାନେ ମାନପତ୍ର, ପୁଷ୍ପଗୁଚ୍ଛ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉଭୟ ଦୁଇ ଡାକ୍ତର ଛାତ୍ରଛାତ୍ରୀ ଗରିବ ଲୋକଙ୍କ ପାଇଁ ସେବା ଯୋଗାଇ ଦେବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ। ସେହିପରି ଦେଉଳିଆ ହାଇସ୍କୁଲରୁ ମେଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ୧୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସଂଘର ସଭାପତି ନିହାର ରଞ୍ଜନ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଅନଙ୍ଗ ଭୂଷଣ ସଦୁଆଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କ୍ଲବର ସଦସ୍ୟ ବ୍ରହ୍ମାନନ୍ଦ ସଦୁଆଳ ଓ ହରିଶଙ୍କର ମହାପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories