ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କୁଣ୍ଡାପିଠା ନିକଟସ୍ଥ ଅଟେଇ ସଂରକ୍ଷିତ ଜଙ୍ଗଲରେ ୨୪ ଟିକିଆ ହାତୀପଲ ଡେରା ପକାଇ ବିଭିନ୍ନ ଗ୍ରାମରେ ଉପଦ୍ରବ ଚଳାଇଥିବା ବେଳେ ଗତ କାଲି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତି କୁଣ୍ଡାପିଠା ଗ୍ରାମର ଚତୃଭୁଜ ମହାନ୍ତ। ସେ ଧାନ ଫସଲକୁ ହାତୀ ଦାଉରୁ ରକ୍ଷା କରିବା ପାଇଁ ନିଜ ଚାଷ ଜମି ନିକଟରେ ଥିବା ବେଳେ ଗୋଟିଏ ହାତୀ ଆସି ତାଙ୍କୁ କଚାଡି ଦେଇଥିଲା। ତେବେ ଏକ ଗଛର ଡାଳ ଯୋଗୁଁ ତାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବନ ବିଭାଗ ଉଦ୍ଧାର କରି ଘଟଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି।
Popular Categories



