www.samajalive.in
Sunday, December 14, 2025
19.1 C
Bhubaneswar

ୟୁଏନଡିପି ପ୍ରତିନିଧି ଦଳର ସାହାରପଡା ବ୍ଲକ ଅଞ୍ଚଳ ଗସ୍ତ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଞ୍ଚଳକୁ ୟୁଏନଡିପିର ପ୍ରତିନିଧି ଦଳ ଗସ୍ତ କରିଛନ୍ତି। ବ୍ଲକ ଅଞ୍ଚଳର ବଡ଼ବିଲ ପଞ୍ଚାୟତରେ ପହଞ୍ଚି ପଞ୍ଚାୟତ ଅଞ୍ଚଳରେ ଚାଲୁ ରହିଥିବା ଆସିଆରଜି ପ୍ରକଳ୍ପ ବା ସମନ୍ୱିତ ପରିବେଶ ସହନଶୀଳତା ବୃଦ୍ଧି କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ। କରୋନା କଟକଣା ଯୋଗୁଁ ଦୁଇ ବର୍ଷ କାଳ ପ୍ରକଳ୍ପର କାମ ଆଗେଇ ପାରି ନଥିବାରୁ ଏହି କାମକୁ କିପରି ଆଗେଇ ନିଆଯିବ ସେ ସମ୍ପର୍କରେ ବିଶ୍ଵ ବ୍ୟାଙ୍କ ପକ୍ଷରୁ ଆସିଥିବା ଜାପାନୀ ପ୍ରତିନିଧି ଦଳ ବ୍ଲକ ପ୍ରଶାସନର ଅଧିକାରୀ ମାନଙ୍କ ସହ ବିଚାର ବିମର୍ଷ କରିଥିଲେ। ଆସିଆରଜି ରାଜ୍ୟ ମୁଖ୍ୟ ଅମୀୟ କୁମାର ଓ ବିନୟ ଭୂଷଣଙ୍କ ସହ ଆସିଥିବା ଏହି ପ୍ରତିନିଧି ଦଳ ସାହାରପଡା ବିଡ଼ିଓ ବିଜୟ କୁମାର ନାୟକ, ଏପିଓ ଦୀପକ କୁମାର ବେହେରା ଓ ଅନ୍ୟ ଅଧିକାରୀଙ୍କ ସହ ବଡ଼ବିଲ ପଞ୍ଚାୟତ ଗସ୍ତ କରି ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories